ଭୁବନେଶ୍ୱରରେ ପହଞ୍ଚିଲା ବିଜୁ ପଟ୍ଟନାୟକଙ୍କ ‘ଡାକୋଟା'
ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ । କୋଲକାତାର ନେତାଜୀ ସୁଭାଷ ବୋଷ ବିମାନବନ୍ଦରରୁ 3 ଟି ଲରିରେ ଡାକୋଟା ବିମାନକୁ ଅଣାଯାଇଛି ।

ଭୁବନେଶ୍ୱର : ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି । ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ । କୋଲକାତାର ନେତାଜୀ ସୁଭାଷ ବୋଷ ବିମାନବନ୍ଦରରୁ 3 ଟି ଲରିରେ ଡାକୋଟା ବିମାନକୁ ଅଣାଯାଇଛି । ଡାକୋଟା ବିମାନଟିକୁ ମରାମତି କରାଯିବା ପରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ସମ୍ମୁଖରେ ପ୍ରଦର୍ଶିତ କରାଯିବ ।
କୋଲକାତାରୁ 3 ଟି ଲରିରେ ବୋଝୋଇ ହୋଇ ଆଜି ସକାଳୁ ଡାକୋଟା ବିମାନ ଜଳେଶ୍ୱର ଲକ୍ଷ୍ମଣନାଥ ଟୋଲ୍ ଗେଟ୍ ନିକଟରେ ପହଞ୍ଚିଥିଲା । ଗତକାଲି ପ୍ରାୟ ରାତି 10 ଟାରୁ କୋଲକାତାରୁ ଓଡ଼ିଶା ଅଭିମୁଖେ ବାହାରିଥିଲା ଡାକୋଟା ବିମାନ । କୋଲକତାର ଏକ ସ୍ୱତନ୍ତ୍ର ଟିମ୍ ପଶ୍ଚିମବଙ୍ଗ ସୀମା ପର୍ଯ୍ୟନ୍ତ ସୁରକ୍ଷା ଯୋଗାଇ ଦେଇଥିଲା । ଓଡ଼ିଶା ସୀମାରେ ପହଞ୍ଚିବା ପରେ ଡାକୋଟାକୁ ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ ଦେଇ ଭୁବନେଶ୍ୱର ଅଣାଯାଇଛି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।
ବିଜୁ ବାବୁଙ୍କ ପ୍ରିୟ ଡାକାଟୋ ବିମାନକୁ ଓଡ଼ିଶା ଆଣିବା ପାଇଁ ଦୀର୍ଘ ଦିନ ହେଲା ପ୍ରୟାସ ଜାରି ରହିଥିଲା । ଶେଷରେ କୋଲକାତା ସୁଭାସ ବୋଷ ଆନ୍ତାର୍ଜାତିୟ ବିମାନ ବନ୍ଦରକୁ ଛାଡି ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ଆଭିମୁଖେ ବାହାରିଛି ଡାକୋଟା ବିମାନ । ସୂଚନା ଅନୁସାରେ ବିଜୁ ବାବୁଙ୍କ ପ୍ରିୟ ଡାକୋଟା ବିମାନ ଭୁବନେଶ୍ୱର ଏୟାରପୋର୍ଟ ବାହାରେ ରଖାଯିବାର ବ୍ୟବସ୍ଥା କାଯାଇଛି । ଏୟାରପୋର୍ଟରେ ପହଁଚିବା ପରେ ଏକ ବିଶେଷଜ୍ଞ ଦଳ ଏହି ବିମାନର ଯାଞ୍ଚ କରିବ । ପରେ ଏହାକୁ ନିଜର ପୂର୍ବ ଅବସ୍ଥାକୁ ଅଣାଯିବ ଏବଂ ମାର୍ଚ୍ଚ ୫ ତାରିଖରେ ଏହାର ଲୋକାର୍ପଣ କରାଯିବାର ସୂଚନା ରହିଛି ।
ଏରୋ ସ୍ପେସ୍ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ସଂସ୍ଥାର ଇଞ୍ଜିନିୟର ଏହି ବିମାନକୁ ଓଡ଼ିଶା ଆଣିବା କାମରେ ନିୟୋଜିତ ହୋଇଥିଲେ । ଏଆରଡିସିର 10 ଜଣିଆ ଟିମ୍ 12 ଦିନ ଧରି ବିମାନ ଖୋଲିବା କାମରେ ନିୟୋଜିତ ହୋଇଥିଲେ ।
ବିମାନର ଲମ୍ବ ରହିଛି 64 ଫୁଟ 8 ଇଞ୍ଚ । ଏହାର ଡେଣାର ଲମ୍ବ ରହିଛି 95 ଫୁଟ୍ । ଡଚମାନେ 1947ରେ ଇଣ୍ଡୋନେସିଆ ଦଖଲ କରିବାକୁ ଉଦ୍ୟମ କରିଥିବା ସମୟରେ କଳିଙ୍ଗ ଏୟାଲାଇନ୍ସର ଦକ୍ଷ ପାଇଲଟ ବିଜୁ ପଟ୍ଟନାୟକ ଇଣ୍ଡୋନେସିଆର ତତ୍କାଳୀନ ରାଷ୍ଟ୍ରପତି ସୁକର୍ଣ୍ଣଙ୍କୁ ଏହି ବିମାନରେ ଯାଇ ଉଦ୍ଧାର କରିଥିଲେ । ତାଙ୍କର ଏହି ଦୁଃସାହାସିକତା ପଇଁ ଇଣ୍ଡୋନେସିଆ ସରକାର ତାଙ୍କୁ 'ଭୂମିପୁତ୍ର' ଆଖ୍ୟା ଦେଇଥିଲେ ।












Click it and Unblock the Notifications