ଆସନ୍ତା 12 ଘଣ୍ଟା ମୟୁରଭଞ୍ଜ ପାଇଁ ଗୁରୁତ୍ୱପୂର୍ଣ୍ଣ : ଏସଆରସି
ବିଶେଷ କରି ସିମିଳିପାଳ ଏବଂ କରଞ୍ଜିଆ ଅଞ୍ଚଳରେ ବୁଧବାର ଦିନ ପ୍ରବଳ ବର୍ଷା ହୋଇସାରିଛି । ତେଣୁ ବୁଢାବଳଙ୍ଗ ନଦୀରେ ଏକ ବନ୍ୟା ପରିସ୍ଥିତିକୁ ଏଡ଼ାଇ ଦିଆଯାଇପାରିବ ନାହିଁ ବୋଲି ଜେନା କହିଛନ୍ତି ।
ଭୁବନେଶ୍ୱର : ବୁଧବାର ସକାଳେ ଭୟଙ୍କର ସାଇକ୍ଲୋନିକ୍ ଷ୍ଟର୍ମ ୟାସ୍ ଓଡିଶାର ଭଦ୍ରକ ଏବଂ ବାଲେଶ୍ୱର ମଧ୍ୟରେ ଲ୍ୟାଣ୍ଡଫଲ କରିଥିବା ବେଳେ ଆସନ୍ତା 12 ଘଣ୍ଟା ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନର (SRC) ମୟୂରଭଞ୍ଜ ଜିଲ୍ଲାବାସୀଙ୍କୁ ସତର୍କତା ଅବଲମ୍ବନ କରିବାକୁ ଚେତାବନୀ ଦେଇଛନ୍ତି । ୟାସ୍ ପଥ ବିଷୟରେ ସୂଚନା ଦେଇ SRC ପ୍ରଦୀପ ଜେନା କହିଛନ୍ତି, "ଆଜି ଅପରାହ୍ନରେ ଏହି ଘୂର୍ଣ୍ଣିବଳୟ ପୂର୍ବ ଉପକୂଳ ପାର ହୋଇ ମୟୂରଭଞ୍ଜ ସମେତ ଭିତରଭାଗ ଆଡକୁ ଯାଉଛି । ଏବଂ ଆଗାମୀ 12 ଘଣ୍ଟା ଜିଲ୍ଲା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । "

ବିଶେଷ କରି ସିମିଳିପାଳ ଏବଂ କରଞ୍ଜିଆ ଅଞ୍ଚଳରେ ବୁଧବାର ଦିନ ପ୍ରବଳ ବର୍ଷା ହୋଇସାରିଛି । ତେଣୁ ବୁଢାବଳଙ୍ଗ ନଦୀରେ ଏକ ବନ୍ୟା ପରିସ୍ଥିତିକୁ ଏଡ଼ାଇ ଦିଆଯାଇପାରିବ ନାହିଁ ବୋଲି ଜେନା କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅତ୍ୟଧିକ ପ୍ରବଳ ବର୍ଷା ଏବଂ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଁ ମୟୂରଭଞ୍ଜର ଜିଲ୍ଲା ଜିଲ୍ଲାପାଳଙ୍କୁ ଲୋକଙ୍କୁ ନିମ୍ନ ସ୍ଥାନରୁ ନିକଟସ୍ଥ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛି ।
ପୁନରୁଦ୍ଧାର କାର୍ଯ୍ୟ ଉପରେ ଶ୍ରୀ ଜେନା କହିଛନ୍ତି ଯେ ବାଲେଶ୍ୱରର ନୀଳଗିରିରେ ପ୍ରବଳ ପବନରେ ବହୁ ସଂଖ୍ୟକ ଗଛ ଉପୁଡ଼ି ଯାଇଥିବାର ଦେଖିବାକୁ ମିଳିଛି । ଏହିଠାରେ ପବନ ପ୍ରାୟ 130ରୁ 140 କିଲୋମିଟର ବେଗରେ ଗତି କରିଥିଲା । ତଥାପି, ବୈଦ୍ୟୁତିକ ଭିତ୍ତିଭୂମି ମୁଖ୍ୟତଃ ପ୍ରଭାବିତ ହୋଇନାହିଁ । ଏଠାରେ ସୂଚନାଥାଉକି, IMD ର ପୂର୍ବାନୁମାନ ଅନୁଯାୟୀ, ବୁଧବାର ସନ୍ଧ୍ୟାରେ ଜିଲ୍ଲାରେ ପବନର ବେଗ ସର୍ବାଧିକ 120 କିଲୋମିଟରକୁ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।












Click it and Unblock the Notifications