Get Updates
Get notified of breaking news, exclusive insights, and must-see stories!

ୟଶ : ମାଡ଼ି ଆସିଲା 4 ଫୁଟର ଜୁଆର, ପାଣି ଘେରରେ ଘର

ସମୁଦ୍ରରେ 3ରୁ 4 ଫୁଟ୍‌ ଉଚ୍ଚର ଜୁଆର ଉଟିବାରୁ କୂଳକୁ ମାଡ଼ି ଆସିଛି ନଦୀ । ଏହି ପାଣି ଗାଁ ଭିତରକୁ 2 କିମି ପର୍ଯ୍ୟନ୍ତ ଯାଇଥିବା ଦେଖିବାକୁ ମିଳିଛି ।

ଭୁବନେଶ୍ୱର : ଆଜି ସକାଳୁ ବାତ୍ୟା ୟଶ ଲ୍ୟାଣ୍ଡ ପ୍ରକ୍ରିୟା ଆରମ୍ଭ କରିଥିଲା । ପରେ ମୟୁରଭଞ୍ଜ ଆଡକୁ ଗତି କରିଥିଲା । ଆଗାମୀ 12 ଘଣ୍ଟା ମୟୁରଭଞ୍ଜ ପାଇଁ ବେସ୍ ଗୁରୁତ୍ୱପୂର୍ଣ୍ଣ କହିଛନ୍ତି ଏସଆରସି ପ୍ରଦୀପ ଜେନା । ତେବେ ବାତ୍ୟା ୟଶ ପ୍ରଭାବରେ ଅଶାନ୍ତ ରହିଛି ବଙ୍ଗୋପ ସାଗର । ସମୁଦ୍ରରେ 3ରୁ 4 ଫୁଟ୍‌ ଉଚ୍ଚର ଜୁଆର ଉଟିବାରୁ କୂଳକୁ ମାଡ଼ି ଆସିଛି ନଦୀ । ଏହି ପାଣି ଗାଁ ଭିତରକୁ 2 କିମି ପର୍ଯ୍ୟନ୍ତ ଯାଇଥିବା ଦେଖିବାକୁ ମିଳିଛି ।

yaas-cyclone

ଜଳେଶ୍ୱରରେ ସମୁଦ୍ର ପାଣି ବାଲିଆପାଳ ବ୍ଲକ୍‌ ଜମୁନାଶୁଳ, କଙ୍କଡ଼ାପାଳ, ଡଗାରା, ଜାମକୁଣ୍ଡା, ଆମ୍ୱଚୁଆ ଏବଂ ଭୋଗରାଇ ବ୍ଲକର ତାଳଶାରୀ, ଉଦୟପୁର, ଭମ୍ଭାରିଆ, ଉଷ୍ମନଗର, ବିଚିତ୍ରପୁର, କୁମ୍ଭିରଗଡ଼ି ପ୍ରମୁଖ ଗାଁରେ ପଶି ଯାଇଥିବା ସୂଚନା ମିଳିଛି । ଏହି ଅଞ୍ଚଳର ଘର ଗୁଡିକ ଏବେ ଜଳ ଘେରରେ ରହିଛି । ତେବେ ୟଶ ପୂର୍ବରୁ ଏହି ଗାଁର ଲୋକମାନଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିଲା ।

ଏଜାବତ୍ ଏହି ଅଞ୍ଚଳରେ ମୃତ କିମ୍ବା ଆହାତଙ୍କ ନେଇ କୌଣସି ରିପୋର୍ଟ ସାମ୍ନାକୁ ଆସି ନାହିଁ । ସମୁଦ୍ର ପାଣିମାଡରେ ଏହି ଅଞ୍ଚଳର ଅନେକ ଘର ଭାଙ୍ଗି ଯାଇଥିବା କୁହାଯାଇଛି । ବାତ୍ୟାରେ କେବଳ ବାଲିଆପାଳ ଓ ଭୋଗରାଇ ବ୍ଲକ କ୍ଷତିଗ୍ରସ୍ତ ହୋଇନାହିଁ ବରଂ ବାଲେଶ୍ୱର ସଦର ମହକୁମାର ଚାନ୍ଦିପୁର, ବଳରାମଗଡ଼ ପ୍ରମୁଖ ଅଞ୍ଚଳରେ ସମୁଦ୍ରର ଲୁଣା ପାଣି ପଶିଛି । ଏଥିରେ ବହୁ କ୍ଷୟକ୍ଷତି ଘଟିଥିବା ଅନୁମାନ କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+