ଆସୁଛି ବଡ଼ ବାତ୍ୟା, ଆଜି ତୀବ୍ର ଆବପାତରେ ହୋଇପାରେ ପରିଣତ
ଭୁବନେଶ୍ୱର: ଆସୁଛି ବଡ଼ ବାତ୍ୟା । ବଙ୍ଗୋପ ସାଗରରେ ଦକ୍ଷିଣ ଆଣ୍ଡମାନ ପାର୍ଶ୍ଵବର୍ତ୍ତୀ ମଲାକା ରାଜ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ବୁଧବାର ସୁଦ୍ଧା ଏହା ଅବପାତର ରୂପ ନେବ । ଏହା ପରେ ପରବର୍ତ୍ତୀ 48 ଘଣ୍ଟାରେ ତୀବ୍ର ଅବପାତରେ ପରିଣତ ହେବା ସମ୍ଭାବନା ରହିଛି ।

ଭାରତୀୟ ପାଣିପାଗ ବିଭାଗର ଆାକଳନ ଅନୁସାରେ ଆଜି ଏହି ଅବପାତ ସମୁଦ୍ର ଭିତରେ ଆାସନ୍ତା 1 ତାରିଖ ବେଳକୁ ଏହା ଏକ ସାମୁଦ୍ରିକ ଝଡ଼ର ରୂପ ନେବାର ଅନୁମାନ କରାଯାଉଛି । ବାତ୍ୟାରେ ପରିଣତ ହେବା ପରେ ଏହାର ନାମ 'ମିଗଜୋମ' ରଖାଯିବ । ମିଆାଁମାରର ପ୍ରସ୍ତାବ ଅନୁସାରେ ଏହି ବାତ୍ୟାର ନାମକରଣ ଏପରି କରାଯାଇଛି ।
ଅଧିକ ଘନୀଭୂତ ହୋଇ 'ମିଗଜୋମ' 6 ତାରିଖରେ ଉତ୍ତର ଆାନ୍ଧ୍ର ପ୍ରେଦଶ ଓ ଦକ୍ଷିଣ ଓଡ଼ିଶା ମୁହାଁ ହେବାର ସମ୍ଭାବନା ରହିଛି । ତେବେ ଏହି ସବୁ ମଡ଼େଲକୁ ତର୍ଜମା କରି ଭାରତୀୟ ପାଣିପାଗ ବିଭାଗ ଆସନ୍ତା 1 ତାରିଖ ବେଳକୁ ଦକ୍ଷିଣ - ପୂର୍ବ ବଙ୍ଗୋପସାଗରରେ ବାତ୍ୟା 'ମିଗଜାଉଂ' ସୃଷ୍ଟି ହେବ ବୋଲି ଆାକଳନ କରିଛି । ଏହି ସମୟରେ ସମୁଦ୍ର ଭିତରେ ପବନର ଗତି 60-70 କିମି ଓ ସ୍ଥଳ ବିଶେଷରେ 80 କିମି ପ୍ରତି ଘଣ୍ଟା ରହିବ ବୋଲି ସୂଚନା ମିଳିଛି । ତେବେ ପରବର୍ତ୍ତୀ ସମୟରେ ଏହାର ତୀବ୍ରତା ଓ ଲ୍ୟାଣ୍ଡଫଲ ନେଇ କୌଣସି ପୂର୍ବାନୁମାନ କରିନି ଆଇଏମଡ଼ି ।
ଆାଇଏମଡିର ଜିଏଫଏସ ମଡ଼େଲ ଅନୁସାରେ ବାତ୍ୟା ଆାହୁରି ଘନୀଭୂତ ହୋଇ ଡିସେମ୍ବର 4 ତାରିଖ ପର୍ଯ୍ୟନ୍ତ ଉତ୍ତର ଓ ଉତ୍ତର - ପଶ୍ଚିମ ଦିଗେର ଗତି କରିବ । ପରବର୍ତ୍ତୀ ସମୟରେ ଏହି ସିଷ୍ଟମ ଉତ୍ତର ଓ ଉତ୍ତର-ପୂର୍ବ ଦିଗକୁ ମୁହାଁଇବାର ସମ୍ଭାବନା ରହିଛି । ଡିସେମ୍ବର 5 ତାରିଖ ବେଳକୁ 'ମିଗଜାଉଂ' ଉତ୍ତର ଆାନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ମଧ୍ୟରେ ଏହା ସ୍ଥଳଭାଗ ଅତିକ୍ରମ କରିବ ବୋଲି ଜିଏଫଏସ ମଡ଼େଲ ଆାକଳନ କରିଛି ।
ସେପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ 7 ଜିଲ୍ଲା ପାଇଁ ସତର୍କତା ଜାରି କରିଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର । ମତ୍ସ୍ୟଜୀବୀଙ୍କୁ ସତର୍କ କରାଇଛନ୍ତି SRC । ଆସନ୍ତା 1 ତାରିଖରୁ ସମୁଦ୍ର ଅଶାନ୍ତ ରହିବ । ପବନର ବେଗ ସର୍ବାଧିକ 70 କିଲୋମିଟର ପର୍ଯ୍ୟନ୍ତ ରହିବ । ଡିସେମ୍ବର 1 ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ନଯିବା ସହ ଫେରିବାକୁ ପରାମର୍ଶ ଦିଆଯାଇଛି ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications