ବର୍ଷା ଦିନ ବନ୍ୟା ଓ ବାତ୍ୟା ପାଇଁ ପ୍ରସ୍ତୁତି, ଆଜି ହେବ ମକ୍ ଡ୍ରିଲ୍
ଭୁବନେଶ୍ୱର: ଆସୁଛି ମୌସୁମୀ । ବର୍ଷା ଦିନେ ରାଜ୍ୟର ଅନେକ ଅଞ୍ଚଲରେ ବନ୍ୟା ହେବା ନେଇ ଆଶଙ୍କା ରହିଛି । ଏହାକୁ ଦୃଷ୍ଚିରେ ରଖି ବନ୍ୟା ଓ ବାତ୍ୟା ପାଇଁ ମକ୍ ଡ୍ରିଲ୍ କରାଯିବ ।

ଆଜି ଠାରୁ ଆରମ୍ଭ ହେବ ବାତ୍ୟା ମୁକାବିଲା ମକଡ୍ରିଲ୍ । ସମସ୍ତ ଜିଲ୍ଲା ସଦର ମହକୁମା, ବନ୍ୟା ବାତ୍ୟା ଆଶ୍ରୟସ୍ଥଳୀ, ଓ ବ୍ଲକ ସ୍ତରରେ ଏହି ମକ୍ ଡ୍ରିଲ୍ କରାଯିବ । 879 ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀରେ ସମ୍ଭାବ୍ୟ ବାତ୍ୟା ପୂର୍ବରୁ ସ୍ଥାନାନ୍ତରିତ ଲୋକମାନଙ୍କୁ କିପରି ସୁରକ୍ଷିତ ସ୍ଥାନାନ୍ତର କରାଯାଇପାରିବ ସେନେଇ ମକଡ୍ରିଲ କରାଯିବ ।
ଏହା ସହିତ ଏହି ଆଶ୍ରୟସ୍ଥଳୀ ଗୁଡିକରେ ଥିବା ବିଭିନ୍ନ ଆପଦକାଳୀନ ଉପକରଣ ଓ ଯନ୍ତ୍ରପାତି ଏବଂ ଲାଇଟ୍ ଓ ଜେନେରେଟରଗୁଡିକୁ ମଧ୍ୟ ଯାଞ୍ଚ କରାଯିବ । ଆଶ୍ରୟସ୍ଥଳୀ ମାନଙ୍କରେ ଥିବା ଟାୱାର ଲାଇଟ କାର୍ଯ୍ୟକ୍ଷମ ଉପରେ ଯାଞ୍ଚ କରି ସଚଳ ଟାୱାର ଲାଇଟଗୁଡିକର ତାଲିକା ପ୍ରସ୍ତୁତ କରିବା ସହ ଏସମସ୍ତ ପ୍ରକ୍ରିୟାକୁ ସଠିକ ଭାବେ ସୁନିଶ୍ଚିତ କରାଯିବ । ସେହିପରି ଆଶ୍ରୟସ୍ଥଳୀ ମାନଙ୍କରେ ଥବା ଶକ୍ତିଚାଳିତ କରତ କାର୍ଯ୍ୟକାରିତା ଉପରେ ଯାଞ୍ଚ କରାଯିବ ।
ଗତକାଲି ପ୍ରଥମେ ସମସ୍ତ ଜିଲ୍ଲା ଓ ବ୍ଳକ ସମେତ 115 ପୌରସଂସ୍ଥାରେ ଟେବୁଲ ଟପ୍ ଏକ୍ସରସାଇଜ କରାଯାଇଥିଲା । ଆଜି ମକ ଡ୍ରିଲରେ ସବୁ ବ୍ୟବସ୍ଥାକୁ ତୀକ୍ଷ୍ଣ ଭାବେ ନଜର ରଖାଯିବା ସହିତ କେଉଁ ବିଭାଗ କେଉଁଭଳି କାର୍ଯ୍ୟ କରିବ ତାହାକୁ ଲକ୍ଷ୍ୟ କରାଯିବ ।
ଏହା ପୂର୍ବରୁ ଅପ୍ରେଲ 26ରେ ବନ୍ୟା ଓ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ ହୋଇଥିଲା । ବାତ୍ୟା ସୂଚନା, ଓଡ୍ରାଫ, ଏନଡିଆରଏଫ, ଅଗ୍ନିଶମର ପ୍ରସ୍ତୁତି ନେଇ ଆଲୋଚନା ହୋଇଥିଲା । ବାତ୍ୟା ମୁକାବିଲା ମିଟିଂ ପରେ ମନ୍ତ୍ରୀ ପ୍ରମିଳା ମଲ୍ଲିକ ସୂଚନା ଦେଇଥିଲେ ଯେ, ପ୍ରତିବର୍ଷ ଭଳି ଜୁନ୍ 18 ଓ 19ରେ ବାତ୍ୟା ମକଡ୍ରିଲ୍ ଅନୁଷ୍ଠିତ ହେବ । ବାତ୍ୟା ଆଶ୍ରୟସ୍ଥଳୀ, ଟାୱାର ଲାଇଟ୍, ସ୍ବାସ୍ଥ୍ୟ ଓ ପରିମଳକୁ ଗୁରୁତ୍ୱ ଦିଆଯିବ ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications