Get Updates
Get notified of breaking news, exclusive insights, and must-see stories!

ବାତ୍ୟା ମିଗଜୋମ୍: ଆହୁରି 24 ଘଣ୍ଟା କୋହଲା ପାଗ, ଆଜି 8 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ବାତ୍ୟା ମିଗଜୋମ୍: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ମଙ୍ଗଳବାର ନେଲୋର ଏବଂ ମଛଲିପଟନମ୍‌ ମଧ୍ୟବର୍ତ୍ତୀ ବାପାଟଲା ନିକଟରେ ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ହୋଇଛି । ତେବେ ବାତ୍ୟା ପ୍ରଭାବରେ ଏବେବି ବର୍ଷା ଲାଗି ରହିଛି । ଏପରିକି ଏହାର ପ୍ରଭାବ ଓଡ଼ିଶା ଉପରେ ବି ପଡ଼ିଛି । ଦକ୍ଷିଣ ଓଡ଼ିଶା ସମେତ ରାଜ୍ୟର ଅନେକ ଅଞ୍ଚଳରେ ବର୍ଷା ଲାଗି ରହିଛି । ଓଡ଼ିଶାର ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଜିଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି ।

weather

ସେହିପରି ଉପକୂଳ ଓଡିଶାରେ କୋହଲା ପାଗ ସହ ଝିପି ଝିପି ବର୍ଷା ଲାଗି ରହିଛି । ଆହୁରି 24 ଘଣ୍ଟା କୋହଲା ପାଗ ରହିବ । ଦକ୍ଷିଣ ଓଡ଼ିଶାରେ ଗତକାଲି ରାତିରେ ବର୍ଷାର ପରିମାଣ ଅଧିକ ଥିବା ବେଳେ ସକାଳୁ କିଛି ପରିମାଣରେ କମିଥିବା ଦେଖିବାକୁ ମିଳିଛି ।

ସପଟେ ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ହେବା ସହ କେନ୍ଦ୍ରୀୟ ଆନ୍ଧ୍ର ଉପକୂଳରେ ଗଭୀର ଅବପାତରେ ପରିଣତ ହୋଇଛି ବାତ୍ୟା ମିଗଜୋମ୍ । ଆଗାମୀ କିଛି ଘଣ୍ଟା ଭିତରେ ଏହା ଅବପାତର ରୂପ ନେବ ବୋଲି ଜଣାଇଛି ଭାରତୀୟ ପାଣିପାଗ ବିଭାଗ । ଏପଟେ ବାତ୍ୟା ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ବିଶେଷକରି ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ ଏବଂ ରାୟଗଡ଼ାରେ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଏହି 3 ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ସେହିପରି ଗଞ୍ଜାମ, ଗଜପତି, ନବରଙ୍ଗପୁର, କଳାହାଣ୍ଡି ଏବଂ କନ୍ଧମାଳରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଆଜି ମଧ୍ୟ ଏହି 8 ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ବର୍ଷାର ପ୍ରଭାବ ଆଗାମୀ 24 ଘଣ୍ଟା ଯାଏଁ ରହିବ । ବାତ୍ୟା 'ମିଗଜୋମ' ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଗଜପତି ଜିଲ୍ଲାରେ ଆଜି ସବୁ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଛୁଟି ଘୋଷଣା କରାଯାଇଛି । ତେବେ ବର୍ତ୍ତମାନ ପାଇଁ ଓଡ଼ିଶାରେ ବାତ୍ୟାର ଭୟ ନାହିଁ ବୋଲି ସୂଚନା ଦେଇଛନ୍ତି SRC ସତ୍ୟବ୍ରତ ସାହୁ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+