ବାତ୍ୟା ମିଗଜୋମ: ଭୁବନେଶ୍ୱରରୁ ଏହି ସ୍ଥାନକୁ ବିମାନ ଉଡ଼ାଣ ବାତିଲ, ଚାଲିବନି 60 ଟି ଟ୍ରେନ୍
ଭୁବନେଶ୍ୱର: ମାଡ଼ିଆସୁଛି ବାତ୍ୟା ମିଗଜୋମ୍ । ବାତ୍ୟା ଉତ୍ତର ଦିଗରେ ଗତି କରି ନେଲୋର ଏବଂ ମଚ୍ଛଲିପଟ୍ଟନମ୍ ମଧ୍ୟରେ ବାପାଟଲାର ନିକଟରେ ଲ୍ୟାଣ୍ଡଫଲ କରିବ । ଏହି ସମୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ଏପରିକି ପବନର ବେଗ ଘଣ୍ଟା ପ୍ରତି 100 କିଲୋମିରରୁ ଅଧିକ ରହିବ । ଝଟକା ପବନର ବେଗ 110 କିମି ଛୁଇଁପାରେ । ଏଥିପାଇଁ ଚେନ୍ନାଇରେ ରେଡ୍ ଆଲର୍ଟ ଜାରି କରାଯାଇଛି ।

ସ୍ଥଳଭାଗ ଛୁଇଁବା ଆଗରୁ ତାମିଲନାଡ଼ୁରେ ତାଣ୍ଡବ ରଚୁଛି ମିଗଜୋମ୍ । ପ୍ରବଳ ବର୍ଷା ଓ ପବନରେ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ। ବିଭିନ୍ନ ଘଟଣାରେ 5 ଜଣଙ୍କ ମୃତ୍ୟୁ ହୋଇଛି । ବିମାନବନ୍ଦରରେ ବର୍ଷା ଜଳ ଭର୍ତ୍ତି ହୋଇଯାଇଛି । ଫଳରେ ଚେନ୍ନାଇ ଆସିବାକୁ ଥିବା କେତେକ ବିମାନ ବାତିଲ ଓ ଅଧିକାଂଶର ଗତିପଥ ପରିବର୍ତ୍ତନ କରାଯାଇଛି । ତାମିଲନାଡ଼ୁ ସରକାର ଅନେକ ଜିଲ୍ଲାରେ ସ୍କୁଲ, କଲେଜ ଛୁଟି ଘୋଷଣା କରିଥିବାବେଳେ ଓ ସାର୍ବଜନିକ ସ୍ଥାନ ବନ୍ଦ କରିଦେଇଛନ୍ତି । ତଳିଆ ଅଂଚଳରେ ପାଣି ଜମିଥିବାରୁ ରେସକ୍ୟୁ ଅପରେସନକୁ ଜୋର ଦିଆଯାଇଛି । ଉପକୂଳ ଅଂଚଳରେ 5 ହଜାରରୁ ଅଧିକ ରିଲିଫ୍ କେନ୍ଦ୍ର ଖୋଲାଯାଇଛି । ଉଦ୍ଧାରକାର୍ଯ୍ୟରେ ସେନାର ଯବାନ ସହ ଏନଡିଆରଏଫ ଓ ଏସଡିଆରଏଫ ଯବାନ ମୁତୟନ ହୋଇଛନ୍ତି ।
ସାମୁଦ୍ରିକ ଝଡ଼ 'ମିଗଜୋମ୍' ଆକାଶ ମାର୍ଗରେ ବିମାନ ସେବାକୁ ପ୍ରଭାବିତ କରିଦେଇଛି । ଯାହାଫଳରେ ସୋମବାର ଭୁବନେଶ୍ୱରରୁ ଚେନ୍ନାଇ ଯାଉଥିବା ଦୁଇଟି ବିମାନକୁ ବାତିଲ କରିବାକୁ ପଡ଼ିଛି । ପ୍ରବଳ ବର୍ଷା ଯୋଗୁଁ ଚେନ୍ନାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ରାତି 11ଟା ଯାଏଁ ବିମାନ ଚଳାଚଳ ବନ୍ଦ ରହିଛି । ବିମାନବନ୍ଦର ବନ୍ଦ ରହିଥିବା ଦର୍ଶାଇ ଉଭୟ ଚେନ୍ନାଇ ଅଭିମୁଖେ ଉଡ଼ାଣ ବାତିଲ କରାଯାଇଥିବା ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ କୁମାର ପ୍ରଧାନ ସୂଚନା ଦେଇଛନ୍ତି । ପାଣିପାଗରେ ସୁଧାର ଆସିବା ମାତ୍ରେ ବିମାନ ଚଳାଚଳ ଆରମ୍ଭ ହେବ ବୋଲି ସେ ଯାତ୍ରୀମାନଙ୍କୁ ଆଶ୍ୱାସନା ଦେଇଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଆମେ ସାଧାରଣତଃ ଚେନ୍ନାଇକୁ ଦୈନିକ ଦୁଇଟି ବିମାନ ଉଡ଼ାଣ କରୁ । କିନ୍ତୁ ସୋମବାର ଉଭୟ ବିମାନ ଉଡ଼ାଣ ବାତିଲ ହୋଇଛି । ଯଦି ମଙ୍ଗଳବାର ପାଗ ଅନୁମତି ଦିଏ ଓ ଚେନ୍ନାଇ ବିମାନ ବନ୍ଦର ଖୋଲିବ ତେବେ ଭୁବନେଶ୍ୱରରୁ ବିମାନ ଚଳାଚଳ ଆରମ୍ଭ ହେବ ।
ବାତିଲ୍ ହୋଇଥିବା ବିମାନରେ ବୁକିଂ ହୋଇଥିବା ଯାତ୍ରୀମାନେ ପୁନଃ ନିର୍ଦ୍ଧାରଣ କିମ୍ବା ବାତିଲ୍ ବିକଳ୍ପ ପାଇଁ ବିମାନ କମ୍ପାନି ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି।
ସେହିପରି ବାତ୍ୟା ଓ ଏହା ପ୍ରଭାବରେ ହେବାକୁ ଥିବା ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । 24 ଘଣ୍ଟିଆ ଜରୁରୀକାଳୀନ କଣ୍ଟ୍ରୋଲ ରୁମ୍ ଖୋଲାଯିବା ସହ ବାତ୍ୟା ସମ୍ପର୍କରେ ପୂର୍ବ ପ୍ରସ୍ତୁତି ହୋଇଛି । ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏ ପର୍ଯ୍ୟନ୍ତ 60 ଟି ଟ୍ରେନ ବାତିଲ ହୋଇଛି । ଭୁବନେଶ୍ୱର, ପୁରୀ ଓ ବିଶାଖାପାଟଣାରୁ ଯାତ୍ରା ଆରମ୍ଭ କରୁଥିବା କିଛି ଟ୍ରେନ ଏବଂ ଅନ୍ୟ ଜୋନରୁ ଆସୁଥିବା ଟ୍ରେନ୍ ମଧ୍ୟ ରହିଛି । ଏଥିସହ ବାତ୍ୟା ପ୍ରଭାବରେ ହେବାକୁ ଥିବା ବର୍ଷା ଯୋଗୁଁ କ୍ଷୟକ୍ଷତି ପାଇଁ ମଧ୍ୟ ପୂର୍ବତଟ ରେଳପଥ ପ୍ରସ୍ତୁତ ରହିଛି । ଅଧିକ ବର୍ଷା ଦ୍ବାରା ଅଚାନକ ବନ୍ୟା ଆସିଲେ ରେଳ ଧାରଣା, ସିଗ୍ନାଲିଂ ଯନ୍ତ୍ରପାତି ନଷ୍ଟ ହେଲେ କିଭଳି ଯଥାଶୀଘ୍ର ମରାମତି କରାଯିବ ସେନେଇ ସମସ୍ତ ପ୍ରସ୍ତୁତି କରାଯାଇଛି ବୋଲି ପୂର୍ବତଟ ରେଳପଥ ସିପିଆରଓ ଅଶୋକ କୁମାର ମିଶ୍ର କହିଛନ୍ତି ।
-
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ମିଳୁନି ସିଲିଣ୍ଡର ; ଘରେ ଲୁଚାଇ ରଖିଥିଲେ ୫୫ ଗ୍ୟାସ୍ ସିଲିଣ୍ଡର, ଜବତ କଲା ପ୍ରଶାସନ -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର -
କ୍ରସ ଭୋଟିଂ ଭୟ: ବେଙ୍ଗାଳୁରୁ ଗଲେ କଂଗ୍ରେସ ବିଧାୟକ -
ପୁଣି ଆଫଗାନିସ୍ତାନ ଉପରେ ପାକିସ୍ତାନର ଆକ୍ରମଣ, ଅନେକ ମୃତାହତ -
ହର୍ମୁଜ ପ୍ରଣାଳୀ ବନ୍ଦ ରହିବା ଉଚିତ୍- ମୋଜତାବା












Click it and Unblock the Notifications