ବାତ୍ୟା ମିଗଜୋମ: 3 ରେ ରତିବ ତାଣ୍ଡବ, 4ରେ କରିବ ଅବପାତ... ଓଡ଼ିଶାର ଏହି ଜିଲ୍ଲାରେ ବର୍ଷା !
ଭୁବନେଶ୍ୱର: ବଙ୍ଗୋପସାଗରରେ ଦାନା ବାନ୍ଧିଥିବା ବାତ୍ୟା ଅବପାତର ରୂପ ନେଇଛି । ଏବେ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ତୀବ୍ର ଅବପାତ ଏବଂ ପରେ ବାତ୍ୟାର ରୂପ ନେବ । 3 ତାରିଖ ସୁଦ୍ଧା ବାତ୍ୟାରେ ପରିଣତ ହୋଇ ସ୍ଥଳଭାଗ ମୁହାଁ ହେବ । ଏହା ପରେ 4 ଡିସେମ୍ବର ଭୋର୍ ସମୟରେ ଅତି ଭୀଷଣ ବାତ୍ୟାରେ ପରିଣତ ହୋଇ ଆନ୍ଧ୍ର-ତାମିଲନାଡୁ ଉପକୂଳରେ ସ୍ଥଳଭାଗ ଛୁଇଁବ ବାତ୍ୟା ମିଗଜୋମ ।

ବାତ୍ୟା ପ୍ରଭାବରେ ଓଡ଼ିଶାରେ ବଦଳିବ ପାଗ । ସମ୍ଭାବ୍ୟ ବାତ୍ୟା ଯୋଗୁଁ ଆସନ୍ତା 3 ତାରିଖରେ ରାଜ୍ୟରେ ପାଗ ବଦଳିବା ସହ ବର୍ଷା ହେବ । ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭବନା ଅଧିକ ରହିଛି । 5 ରୁ 7 ଯାଏଁ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ । ପଶ୍ଚିମ-ଉତ୍ତର ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ହେବ ।
ବିଶେଷ କରି ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି, କନ୍ଧମାଳ, କୋରାପୁଟ, ନବରଙ୍ଗପୁର ସମେତ ଉପକୂଳର ପୁରୀ, ଖୋର୍ଦ୍ଧା, ନୟାଗଡ, କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ବର ଏବଂ ଭଦ୍ରକ ଜିଲ୍ଲାରେ ହାଲୁକା ବର୍ଷା ହେବ ବୋଲି ଆକଳନ କରାଯାଇଛି । ଆସନ୍ତା 6 ତାରିଖରେ ବାତ୍ୟାର ସର୍ବାଧିକ ପ୍ରଭାବ ଓଡ଼ିଶା ଉପରେ ପଡିବ । ଦକ୍ଷିଣ ଉପକୂଳ ଓଡ଼ିଶାର 17 ଟି ଜିଲ୍ଲାରେ ସର୍ବାଧିକ ବର୍ଷା ହେବାର ଆକଳନ କରାଯାଇଛି । ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ଆଉଏକ ଲଘୁଚାପ ସୃଷ୍ଟି ସମ୍ଭାବନା ଥିବାରୁ ଶୀତ ଫେରିବା ଆଶା କମ୍ ରହିଛି ।
ଓଡ଼ିଶା ଉପକୂଳରେ 35-55 କିମି ବେଗରେ ପବନ ବହିବ । 5 ତାରିଖରେ ସମୁଦ୍ର ଅଶାନ୍ତ ରହିବ। ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ବାରଣ କରାଯାଇଛି ।
ଅନ୍ୟପକ୍ଷରେ ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ତାମିଲନାଡୁର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଗଲାଣି ପ୍ରବଳ ବର୍ଷା । ତାମିଲନାଡୁରେ ସମ୍ଭାବ୍ୟ ବାତ୍ୟାକୁ ଦେଖି ମୁତୟନ କରାଯାଇଛି NDRF ଟିମ୍ । ପ୍ରବଳ ବର୍ଷା ଯୋଗୁଁ କାଞ୍ଚିପୁରମ୍ ଓ ଥିରୁବଲ୍ଲୁର ଜିଲ୍ଲାରେ ସ୍କୁଲ ଓ କଲେଜ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ ।
ବାତ୍ୟା ଦକ୍ଷିଣ-ପଶ୍ଚିମ ଦିଗରେ ମୁହାଁଇ 4 ତାରିଖ ଭୋର ବେଳକୁ ଉତ୍ତର ତାମିଲନାଡୁ-ଦକ୍ଷିଣ ଆନ୍ଧ୍ର ଉପକୂଳ ପାଖାପାଖି ପହଞ୍ଚିବା ଅନୁମାନ କରାଯାଉଛି । ଏହାପରେ ସମ୍ଭାବ୍ୟ ବାତ୍ୟା କୁଆଡେ ଗତି କରିବ । ଅଧିକ ବଳ ଜୁଟାଇବ ନା ଦୁର୍ବଳ ହେବ । ସେ ନେଇ ସ୍ପଷ୍ଟ ଆକଳନ କରାଯାଇନି । ତଥାପି କେତେକ ମଡେଲ ଅନୁସାରେ ଏହା ଦିଗ ବଦଳାଇ ଆନ୍ଧ୍ରରେ ମାଡ ହୋଇପାରେ ।
-
ଭାରତ କିଣିବ ଋଷ ତେଲ, ଏମିତି କହିଲା ଆମେରିକା -
ଇରାନକୁ ସହର୍ଯ୍ୟା କରୁଛନ୍ତି ଚାଇନା ଓ ଋଷ ! ବଡ କଥା କହିଦେଲେ ବୈଦେଶିକ ମନ୍ତ୍ରୀ -
ଆମେରିକା ପାଇଁ ମହଙ୍ଗା ପଡୁଛି ଇରାନ ସହ ଯୁଦ୍ଧ; ୩୧ ହଜାର କୋଟିର ଖର୍ଚ୍ଚ -
କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି ୯ ରାଜ୍ୟରେ ନୂଆ ରାଜ୍ୟପାଳ ଓ ଉପ-ରାଜ୍ୟପାଳ -
ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ଇସ୍ତଫା ହଇଚଇ ସୃଷ୍ଟି କରିଛି, ପ୍ରଶ୍ନ ଉଠାଇଛନ୍ତି ମମତା ବାନାର୍ଜୀ -
ଯୁଦ୍ଧ ଯୋଗୁ ପେଟ୍ରୋଲ-ଡିଜେଲ ସଙ୍କଟ, ଭାରତ ପାଖରେ ଏତିକି ଦିନ.... -
ରବିବାର ମହାମୁକାବିଲା; ବିଶ୍ବକପ୍ ଫାଇନାଲ୍ରେ ଭାରତ-ନ୍ୟୁଜିଲାଣ୍ଡ -
ଦ୍ଧ ଭିତର ମିନିଟ୍ମ୍ୟାନ୍-୩ କ୍ଷେପଣାସ୍ତ୍ର ପରୀକ୍ଷଣ, ହିରୋସୀମାଠାରୁ କରିପାରେ.... -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଆପଣ ବି ଖାଦ୍ୟ ଖାଇବାର ତୁରନ୍ତ ପରେ ପାଣି ପିଉଛନ୍ତି କି? ଜାଣନ୍ତୁ..... -
ମୁଖ୍ୟମନ୍ତ୍ରୀ ହେବେ ନୀତିଶଙ୍କ ପୁଅ, ଦାବି କଲେ JDU ବିଧାୟକ











Click it and Unblock the Notifications