ଆସୁଛି ବାତ୍ୟା, ଉପକୂଳରେ ହାଲୁକା ବର୍ଷା

ଭୁବନେଶ୍ୱର: ବଙ୍ଗୋପସାଗରରେ ଘନୀଭୁତ ହୋଇଛି ବାତ୍ୟା । ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଆଜି ସକାଳୁ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ହାଲୁକା ବର୍ଷା ହୋଇଛି । 12 ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେଇପାରେ ବାତ୍ୟା । ଗତ 6 ଘଣ୍ଟା ମଧ୍ୟରେ ସ୍ଥିର ଥିବା ଜଣାପଡିଛି । ପାରାଦୀପ ଠାରୁ ଏହା ବର୍ତ୍ତମାନ 400 କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ଏହି ବାତ୍ୟାର ନାମ ହାମୁନ୍ ରହିଛି ।

rain

ବାତ୍ୟା ବାଂଲାଦେଶ ମୁହାଁ ହେବାର ସମ୍ଭାବନା ରହିଛି । 25 ତାରିଖରେ ଖେପୁପରା ଓ ଚିଟାଗଙ୍ଗ ମଧ୍ୟରେ ଏହା ଉପକୂଳ ଛୁଇଁବ । ଏହାର ପ୍ରଭାବ ଓଡିଶା ଉପରେ ବିଶେଷ ନାହିଁ । କିନ୍ତୁ ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଉତ୍ତର ଉପକୂଳରେ ବର୍ଷା ହେବାର ସମ୍ଭାବନା ରହିଛି । ଅସ୍ତରଙ୍ଗ, କେନ୍ଦ୍ରାପଡ଼ା, ପୁରୀ, ଚାନ୍ଦବାଲି ଓ ପାରାଦୀପରେ ହାଲୁକା ବର୍ଷା ପରିଲକ୍ଷିତ ହୋଇଛି । ଏଣେ ରାଜ୍ୟର ସମସ୍ତ ସାମୁଦ୍ରିକ ବନ୍ଦର ଗୋପାଳପୁର, ପୁରୀ (ସିଗ୍ନାଲ ପୋର୍ଟ), ପାରାଦ୍ୱୀପ ଏବଂ ଧାମରା ପାଇଁ ବିପଦ ସଂକେତ 3- ଜାରି କରାଯାଇଛି । ଓଡ଼ିଶାରେ ବାତ୍ୟାର ସେପରି ପ୍ରଭାବ ରହିବ ନାହିଁ, କିନ୍ତୁ ସମୁଦ୍ର ଅଶାନ୍ତ ରହିବ । ଏହି କାରଣରୁ 26 ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ଲାଗି ବାରଣ କରାଯାଇଛି । ଏନେଇ ପାଣିପାଗ ବିଜ୍ଞାନୀ ସୂଚନା ଦେଇଛନ୍ତି ।

ଏହା ପରେ 24 ଓ 25 ତାରିଖରେ ଉତ୍ତର ଓଡ଼ିଶା ଉପକୂଳ ସମେତ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନ, କେନ୍ଦୁଝର, ମୟୂରଭଞ୍ଜ ଓ ଢେଙ୍କାନାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମଧରଣ ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହ 24 ତାରିଖ ଅର୍ଥାତ୍‌ ଦଶହରାରେ ଓଡ଼ିଶା ନିକଟ ଉତ୍ତର ବଙ୍ଗୋପସାଗର ଓ ସନ୍ନିକଟ ପଶ୍ଚିମବଙ୍ଗରେ ଘଣ୍ଟାପ୍ରତି 45 -55 କିମି ବେଗରେ ପବନ ବହିବ । ବେଳେ ବେଳେ ପବନର ବେଗ ଘଣ୍ଟା ପ୍ରତି 65 କିମି ହୋଇପାରେ । ବର୍ଷା ଓ ପବନ ପ୍ରଭାବରେ ଉପକୂଳବର୍ତ୍ତୀ ପୁରୀ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାର କିଛି ଅଞ୍ଚଲରେ ପୂଜା ବିଜିପାରେ ।

ସେପଟେ ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ପାରଦୀପରେ ଆରମ୍ଭ ହୋଇଯଆଇଛି ବର୍ଷା । ସକାଳୁ ସକାଳୁ ବର୍ଷା ଆରମ୍ଭ ହୋଇଯାଇଛି । ଅନ୍ୟପଟେ ସମୁଦ୍ର ଅଶାନ୍ତ ରହିବାକୁ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ସତର୍କ କରାଇଛି ପ୍ରଶାସନ । ବର୍ତ୍ତମାନ ସୁଦ୍ଧା କିଛି ମତ୍ସ୍ୟଜୀବୀ ଫେରିଆସିଥିବା ବେଳେ ଆଉ କିଛି ସମୁଦ୍ର ମଧ୍ୟରେ ରହିଯାଇଥିବା ସୂଚନା ମିଳିଛି । ସେମାନଙ୍କୁ ସୁରକ୍ଷିତ ଫେରାଇ ଆଣବାକୁ ପ୍ରଶାସନ ଯୋଗାଯୋଗ କରୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+