Get Updates
Get notified of breaking news, exclusive insights, and must-see stories!

ନକଲି ଅବଢା ପରେ ଅନଲାଇନ୍ ଠକେଇ... ମହାପ୍ରଭୁଙ୍କ ନାଁରେ ସାଇବର କେଳେଙ୍କେରୀ

ପୁରୀ : ଗତ କିଛି ଦିନ ତଳେ ପୁରୀରେ ନକଲି ଅବଢା ବିକ୍ରି ନେଇ ଖବର ସାମ୍ନାକୁ ଆସିଥିଲା । ଏହା ପରେ ଭକ୍ତଙ୍କ ଭାବାବେଗର ଫାଇଦା ଉଠାଉଛନ୍ତି ସାଇବର ଠକ । ଠାକୁରଙ୍କୁ ପାଖରୁ ଦେଖିବା, ସ୍ୱତନ୍ତ୍ର ପୂଜା କରିବା ନେଇ ଭକ୍ତଙ୍କ ଅନେକ ଆଶା ଓ ମାନସିକ ଥିବାବେଳେ ଏହାର ସୁଯୋଗ ନେଇ ଅନଲାଇନରେ ଠକୁଛନ୍ତି ସାଇବର ଠକ ।

cyber fraud

ମୋବାଇଲ୍ ଆପ୍ ଜରିଆରେ ମହାପ୍ରଭୁଙ୍କ ପାଖରେ ଅନଲାଇନ୍ ପୂଜା କରିବା ପାଇଁ ମାସିକିଆ ଚାନ୍ଦା ଆଦାୟ କରାଯାଉଛି । 'ଉତ୍ସବ' ନାମକ ଏକ ଅନଲାଇନ୍ ପ୍ଲାଟଫର୍ମ ଏହି କେଳେଙ୍କେରୀ କରିଥିବା ଜଣାପଡ଼ିଛି । ଏହା ଉପରେ ବର୍ତ୍ତମାନ ମହାପ୍ରଭୁଙ୍କ ରଥଯାତ୍ରା ଚାଲିଥିବା ବେଳେ ରଥରେ ଭୋଗ ଲଗାଇବା ପାଇଁ ଭକ୍ତଙ୍କଠାରୁ ଏହି ସଂସ୍ଥା 45000 ଟଙ୍କା ଦାବି କରୁଥିବା କୁହାଯାଉଛି ।

ସେତିକି ନୁହେଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ପୂଜା କରିବା ପାଇଁ 2401 ଟଙ୍କା, ଶ୍ରୀମନ୍ଦିରରେ ଧ୍ୱଜା ବାନ୍ଧିବା ପାଇଁ 2151 ଟଙ୍କା, ମନ୍ଦିରରେ ନାମ ଏବଂ ଗୋତ୍ର ସଂକଳ୍ପ ପାଇଁ ଭକ୍ତଙ୍କ ଠାରୁ 801 ଟଙ୍କା ଆଦାୟ କରୁଛି ଏହି ଠକ ସଂସ୍ଥା ।

ଏପରିକି ମହାପ୍ରଭୁଙ୍କ ମସ୍ତକରେ ଆଟିକା ବାନ୍ଧିବା ପାଇଁ 11501 ଟଙ୍କା ଆଦାୟ କରୁଛି ଏହି ଅନଲାଇନ୍ ପ୍ଲାଟଫର୍ମ । ଏ ଭିତରେ ପ୍ରାୟ 3700 ଭକ୍ତ ଟଙ୍କା ଦେଇ ଅନ ଲାଇନ୍ ବୁକ୍ କରିଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ ପଶ୍ଚିମବଙ୍ଗରୁ ଏହି ଆପ୍ ଅପରେଟ୍ ହେଉଛି । ଏହାକୁ ତୀବ୍ର ବିରୋଧ କରି ଜଗନ୍ନାଥ ସେନା ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପ୍ରତିବାଦ କରିବା ସହ ଥାନାରେ ଏତଲା ମଧ୍ୟ ଦେଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+