ସାବଧାନ୍ ! ଆସୁଛି ନକଲି ଇ-ଚାଲାଣ, ଆକାଉଣ୍ଟରୁ ଉଡ଼ିଯିବ ଟଙ୍କା
Fake E-Challan Cyber Crime: ବିନା ହେଲମେଟ୍ ରେ ଗାଡ଼ି ଚଲେଇଲେ, ଟ୍ରାଫିକ୍ ନିୟମ ଅବମାନନା କଲେ ଏବେ ଗାଡ଼ି ମାଲିକଙ୍କ ପାଖକୁ ଯାଉଛି ଇ-ଚାଲାଣ । ଆପଣ ଯଦି ଗାଡ଼ି ଚଲଉଛନ୍ତି କିମ୍ବା ଆପଣଙ୍କ ନାଁ ରେ କୌଣସି ଗାଡ଼ି ଅଛି ତେବେ ସାବଧାନ ହୋଇଯାଆନ୍ତୁ । ଆସିପାରେ ଇ-ଚାଲାଣ । ଆପଣ ଏହାର ଟଙ୍କା ଭରିଲେ ଆକାଉଣ୍ଟରୁ ଟଙ୍କା କଟିବ ହେଲେ ପରିବହନ ବିଭାଗ ପାଖକୁ ନ ଯାଇ ସାଇବର ଠକଙ୍କ ପାଖକୁ ଚାଲିଯିବ ।

ଟେକ୍ନୋଲୋଜି ଯେତେ ଉନ୍ନତ ହେଉଛି ତା ସହ ତାଳ ଦେଇ ଆଗକୁ ବଢୁଛନ୍ତି ସାଇବର ଠକ । ଭାରତରେ ସାଇବର ସ୍କାମ ଦିନକୁ ଦିନ ବଢିବାରେ ଲାଗିଛି । ଏବେ ସାଇବର ଠକ ଏକ ନୂଆ କୌଶଳରେ ଲୋକଙ୍କୁ ଚୂନା ଲଗାଉଛନ୍ତି । ଫୋନକୁ ପଠାଉଛନ୍ତି ନକଲି ଇ-ଚାଲାଣ ମେସେଜ୍ । ପରିବହନ ବିଭାଗର ନକଲି ୱେବସାଇଟ୍ ଜାଲିଆତି କରି ଟଙ୍କା ଲୁଟୁଛନ୍ତି ସାଇବର ଠକ ।
ପ୍ରତ୍ୟେକ ଦିନ ନୂଆ ନୂଆ ଉପାୟରେ ଲୋକଙ୍କୁ ଠକୁଛନ୍ତି ସାଇବର ଠକ । ମୋବାଇଲକୁ ଆସିବ ଫେକ୍ ମେସେଜ, ଫୋନକଲ୍ । ମେସେଜ୍ ଉପରେ କ୍ଲିକ୍ କଲେ କିମ୍ବା ପୋନ୍ କଲରେ କୌଣସି ସାମାନ୍ୟ ତଥ୍ୟ ଦେଇଦେଲେ ବ୍ୟାଙ୍କ୍ ଆକାଉଣ୍ଟର ବାଲାନ୍ସ ଜିରୋ କରିଦେଉଛନ୍ତି ସ୍କାମର । ଏବେ ସରକାରୀ ସେକ୍ଟର ଉପରେ ପଡ଼ିଛି ସେମାନଙ୍କ ନଜର ।
ପରିବହନ ବିଭାଗର ୱେବସାଇଟ ଜାଲିଆତି ହୋଇଥିବା କଥା ସାମ୍ନାକୁ ଆସିଛି । ଟ୍ରାଫିକରେ ଗାଡି ନାଁରେ ଇ-ଚାଲଣ କଟିଛି ବୋଲି ଫେକ୍ ମେସେଜ ପଠାଉଛନ୍ତି ଠକ । ଏଭଳି ମେସେଜ୍ ଠାରୁ ଦୂରେଇ ରହିବା ପାଇଁ ଟ୍ରାଫିକ ପୋଲିସ ପକ୍ଷରୁ ସର୍ତକ କରାଯାଇଛି ।
କଣ ଏହି ନକଲି ଇ-ଚାଲଣ ସ୍କାମ ?
ସୂଚନା ଅନୁସାରେ, ସାଇବର ଠକମାନେ ପଠାଉଥିବା ମେସେଜ୍ ଟ୍ରାଫିକ୍ ପୋଲିସର ବୋଲି ଲାଗୁଛି । କିନ୍ତୁ ଏହା ଟ୍ରାଫିକ୍ ପୋଲିସର ନୁହେଁ । ସମାନ ଢଙ୍ଗର ମେସେଜ୍ ପଠାଉଛନ୍ତି ସ୍କାମର । ସ୍କାମର ପଠାଇଥିବା ମେସେଜରେ କୁହାଯାଇଛି ଯେ, ଗାଡି ଚାଳକମାନେ ଟ୍ରାଫିକର ନିୟମ ଉଲଘଂନ କରିଛନ୍ତି ।ଏଥିପାଇଁ ଜରିମାନା ଦେବାକୁ ପଡିବ । ଏଥିରେ ଏକ ଲିଙ୍କ୍ ମଧ୍ୟ ଆସୁଛି, ଯେଉଁଥିରେ ଚାଳକଙ୍କୁ ଲିଙ୍କରେ କ୍ଲିକ କରି ଜୋରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଲିଙ୍କରେ କ୍ଲିକ୍ କରିବା ଦ୍ୱାରା ପୋଲିସର ଏକ ନକଲି ୱେବସାଇଟ୍ ଖୋଲିଥାଏ । ସେଥିରେ ବ୍ୟକ୍ତିଗତ ଏବଂ ବ୍ୟାଙ୍କର ଡକ୍ୟୁମେଣ୍ଟ ଦେବା ପାଇଁ ସୂଚନା ଦିଆଯାଇଥାଏ । ସେହି ଲିଙ୍କ ଉପରେ କ୍ଲିକ କରିବା ଦ୍ୱାରା ହ୍ୟାକର୍ସ ମୋବାଇଲ ଡିଭାଇସ ଦ୍ୱାରା ସମସ୍ତ ତଥ୍ୟ ସହଜରେ ନେଇ ଆକାଉଣ୍ଟରୁ ସଙ୍ଗେ ସଙ୍ଗେ ଟଙ୍କା ଉଠାଇନେଇଥାନ୍ତି ।
କେମିତି ରକ୍ଷା ପାଇବେ :
ପରିବହନ ବିଭାଗ କିମ୍ବା ଇ-ଚାଲାଣ ନେଇ ମେସେଜ ଆସିଥିଲେ ସେଥିରୋ କୌଣସି ଲିଙ୍କ ଉପରେ କ୍ଲିକ୍ କରନ୍ତୁ ନାହିଁ । ଯଦି ଟ୍ରାଫିକ ନିୟମ ଉଲଘଂନ କରିଛନ୍ତି ବୋଲି କିଛି ମେସେଜ ଆସୁଛି ତେବେ ସିଧାସଳଖ ଯାଇ ଟ୍ରାଫିକ ପୋଲିସ ସହ ଯୋଗାଯୋଗ କରନ୍ତୁ । ଭାରତରେ ଇ-ଚାଲଣ ଅଫିସିଆଲ ୱେବସାଇଟ ହେଉଛି https://echallan.parivahan.in/" । ଆପଣ ପରିବହନ ବିଭାଗର ୱେବସାଇଟ୍ ଯାଇ ଆପଣଙ୍କ ଗାଡ଼ିରେ ଚାଲାଣ କଟିଛି କି ନାହିଁ ନିଜେ ଚେକ୍ କରିପାରିବେ । ଗାଡିର ଚେଚିସ୍ ନମ୍ବର, ଇଞ୍ଜିନ୍ ନମ୍ବର ଓ ଗାଡ଼ି ନମ୍ବର ଦେଇ ଆପଣଙ୍କ ଗାଡ଼ିରେ ଥିବା ଇ-ଚାଲାଣ ବିଷୟରେ ଜାଣଇପାରିବେ ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications