Get Updates
Get notified of breaking news, exclusive insights, and must-see stories!

କଟକରେ ଟିକା ପାଇଁ ପିକ୍ଅପ୍-ଡ୍ରପ୍ ସେବା

ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇ କମିଶନର କହିଛନ୍ତି ଘରୁ ଟିକାକରଣ କେନ୍ଦ୍ରକୁ ଆସିବାକୁ ଅକ୍ଷମ ଥିବା ଲୋକଙ୍କୁ ସୁବିଧାରେ ଟିକା ଯୋଗାଇଦିଆଯିବ । ଟୀକାକରଣ ପାଇଁ ପିକ୍ଅପ୍ ଡ୍ରପ ସେବା ଆରମ୍ଭ ହୋଇଛି ।

କଟକ : ରାଜ୍ୟରେ କରୋନା ସଂକ୍ରମଣ କମୁଥିଲେ ବି ମୃତ୍ୟୁ ହାର କମିନି । ରାଜ୍ୟ ସରକାର ଟୀକାକରଣକୁ ପ୍ରାଧାନ୍ୟ ଦେଉଛନ୍ତି । ଏହି ସମୟରେ କୋଭିଡ ସଂକ୍ରମଣ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ସିଏମସି କମିଶନର ଅନନ୍ୟା ଦାସ । ସେ କହିଛନ୍ତି, 'କଟକ ସହରରେ ଦୈନିକ କୋରୋନା ସଂକ୍ରମଣ କମୁଛି । ମାର୍ଚ୍ଚ 15 ରୁ ସଂକ୍ରମଣ ବଢ଼ିଥିଲା କିନ୍ତୁ ବର୍ତ୍ତମାନ ଏହା ହ୍ରାସ ପାଇଛି ।ସହରରେ 3 ଲକ୍ଷ 50 ହଜାର ଡୋଜ ଟିକା ଦିଆସରିଛି । ଏହା ସହିତ ସହରରେ ବରିଷ୍ଠ ନାଗରିକଙ୍କୁ ଟୀକାକରଣ ପାଇଁ ବିଶେଷ ବ୍ୟବସ୍ଥା ହୋଇଛି । 18 ରୁ 44 ବର୍ଷ ବୟସ୍କ 1 ଲକ୍ଷ 50 ହଜାର ଡୋଜ ଟିକା ନେଇଛନ୍ତି ।'

Ananya das

ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇ କମିଶନର କହିଛନ୍ତି ଘରୁ ଟିକାକରଣ କେନ୍ଦ୍ରକୁ ଆସିବାକୁ ଅକ୍ଷମ ଥିବା ଲୋକଙ୍କୁ ସୁବିଧାରେ ଟିକା ଯୋଗାଇଦିଆଯିବ । ଟୀକାକରଣ ପାଇଁ ପିକ୍ଅପ୍ ଡ୍ରପ ସେବା ଆରମ୍ଭ ହୋଇଛି । 9777067297 ନମ୍ବରରେ ଫୋନ କଲେ ଘରେ ଗାଡି ପହଞ୍ଚିଯିବ । ଗାଡି ପହଞ୍ଚି ବୟସ୍କଙ୍କୁ କେନ୍ଦ୍ରରେ ଟିକା ଦେଇ ପୁଣି ଘରେ ଆଣି ଛାଡିବ । ଆବଶ୍ୟକତା ଅନୁସାରେ ଶଯ୍ୟା ମହଜୁଦ ଅଛି । କଟକ ସହରବାସୀ କୋଭିଡ ନିୟମ ମାନୁଛନ୍ତି ବୋଲି ଅନନ୍ୟା କହିଛନ୍ତି । କୋଭିଡ୍ ଭଳି ମହାମାରୀ ସମୟରେ ସମସ୍ତ ନିୟମ ମାନି ସହଯୋଗର ହାତ ବଢାଇଥିବାରୁ କଟକବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି କମିଶନର ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+