For Quick Alerts
Turn On Notification  
For Daily Alerts
Oneindia App Download

କଟକରେ ଟିକା ପାଇଁ ପିକ୍ଅପ୍-ଡ୍ରପ୍ ସେବା

ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇ କମିଶନର କହିଛନ୍ତି ଘରୁ ଟିକାକରଣ କେନ୍ଦ୍ରକୁ ଆସିବାକୁ ଅକ୍ଷମ ଥିବା ଲୋକଙ୍କୁ ସୁବିଧାରେ ଟିକା ଯୋଗାଇଦିଆଯିବ । ଟୀକାକରଣ ପାଇଁ ପିକ୍ଅପ୍ ଡ୍ରପ ସେବା ଆରମ୍ଭ ହୋଇଛି ।

|

କଟକ : ରାଜ୍ୟରେ କରୋନା ସଂକ୍ରମଣ କମୁଥିଲେ ବି ମୃତ୍ୟୁ ହାର କମିନି । ରାଜ୍ୟ ସରକାର ଟୀକାକରଣକୁ ପ୍ରାଧାନ୍ୟ ଦେଉଛନ୍ତି । ଏହି ସମୟରେ କୋଭିଡ ସଂକ୍ରମଣ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ସିଏମସି କମିଶନର ଅନନ୍ୟା ଦାସ । ସେ କହିଛନ୍ତି, 'କଟକ ସହରରେ ଦୈନିକ କୋରୋନା ସଂକ୍ରମଣ କମୁଛି । ମାର୍ଚ୍ଚ 15 ରୁ ସଂକ୍ରମଣ ବଢ଼ିଥିଲା କିନ୍ତୁ ବର୍ତ୍ତମାନ ଏହା ହ୍ରାସ ପାଇଛି ।ସହରରେ 3 ଲକ୍ଷ 50 ହଜାର ଡୋଜ ଟିକା ଦିଆସରିଛି । ଏହା ସହିତ ସହରରେ ବରିଷ୍ଠ ନାଗରିକଙ୍କୁ ଟୀକାକରଣ ପାଇଁ ବିଶେଷ ବ୍ୟବସ୍ଥା ହୋଇଛି । 18 ରୁ 44 ବର୍ଷ ବୟସ୍କ 1 ଲକ୍ଷ 50 ହଜାର ଡୋଜ ଟିକା ନେଇଛନ୍ତି ।'

Ananya das

ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇ କମିଶନର କହିଛନ୍ତି ଘରୁ ଟିକାକରଣ କେନ୍ଦ୍ରକୁ ଆସିବାକୁ ଅକ୍ଷମ ଥିବା ଲୋକଙ୍କୁ ସୁବିଧାରେ ଟିକା ଯୋଗାଇଦିଆଯିବ । ଟୀକାକରଣ ପାଇଁ ପିକ୍ଅପ୍ ଡ୍ରପ ସେବା ଆରମ୍ଭ ହୋଇଛି । 9777067297 ନମ୍ବରରେ ଫୋନ କଲେ ଘରେ ଗାଡି ପହଞ୍ଚିଯିବ । ଗାଡି ପହଞ୍ଚି ବୟସ୍କଙ୍କୁ କେନ୍ଦ୍ରରେ ଟିକା ଦେଇ ପୁଣି ଘରେ ଆଣି ଛାଡିବ । ଆବଶ୍ୟକତା ଅନୁସାରେ ଶଯ୍ୟା ମହଜୁଦ ଅଛି । କଟକ ସହରବାସୀ କୋଭିଡ ନିୟମ ମାନୁଛନ୍ତି ବୋଲି ଅନନ୍ୟା କହିଛନ୍ତି । କୋଭିଡ୍ ଭଳି ମହାମାରୀ ସମୟରେ ସମସ୍ତ ନିୟମ ମାନି ସହଯୋଗର ହାତ ବଢାଇଥିବାରୁ କଟକବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି କମିଶନର ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Cuttack Municipal Commissioner Ananya Das On Special Vaccination Programme For Old Age People
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X