ନର୍ଦ୍ଦମା ପାଣିରୁ ତ୍ରାହି ପାଇବ କଟକ, ଖୁବ୍ ଶୀଘ୍ର ସରିବ ବକ୍ସ ଡ୍ରେନ୍ କାମ

କଟକ: ବର୍ଷା ହେଲେ ଆଉ ପାଣିରେ ବୁଡ଼ୁବନି କଟକ । ରାସ୍ତାରେ ଚାଲିବନି ନର୍ଦ୍ଦମା ପାଣି । ସହଜରେ ନିଷ୍କାସନ ହେବ ବର୍ଷା ଜଳ ଓ ନର୍ଦ୍ଦମା ପାଣି । ଏ ନେଇ ଜରସୋରରେ ଚାଲିଛି ବକ୍ସ ଡ୍ରେନ୍ କାମ ।

ଏହି ବକ୍ସ ଡ୍ରେନ୍ କାମ ଖୁବଶୀଘ୍ର ସରିବ । ପଟ୍ଟାପୋଲରୁ ମାତୃଭବନ ପର୍ଯ୍ୟନ୍ତ ଥିବା ପୁରୁଣା ତଥା ବିରାଟ ନାଳ ଉପରେ ଚାଲିଥିବା ବକ୍ସଡ୍ରେନ ଓ ସୁନ୍ଦର ରାସ୍ତାର କାମ ମାର୍ଚ୍ଚ 31 ତାରିଖରେ ସରିବ । ଏ ନେଇ ସୂଚନା ଦେଇଛନ୍ତି କଟକ ମେୟର ସୁବାସ ସିଂ ।

cuttack waterlogging

ନିଖିଲ ପବନ କଲ୍ୟାଣ ବକ୍ସଡ୍ରେନ ଉପରେ ହେଉଥିବା ନୂଆ ବ୍ରିଜ କାମର ସମୀକ୍ଷା କରିବା ପରେ ଏନେଇ ସୂଚନା ଦେଇଛନ୍ତି ମେୟର । ଦଶ ବର୍ଷ ହେବ ଜାଇକା ବକ୍ସଡ୍ରେନ କାମ କରୁଥିଲା । ତେବେ କାମର ଶୀଥିଳତାକୁ ଦେଖି ରାଜ୍ୟ ସରକାର ମାତ୍ର ବର୍ଷେ ତଳେ 450 କୋଟି ଟଙ୍କାରେ ବକ୍ସଡ୍ରେନ ଓ ନୂଆ ରାସ୍ତାର କାମ ପାଇଁ ଅର୍ଥ ମଞ୍ଜୁର କରିଥିଲେ । ଏହା ପରେ ଦ୍ରୁତ ଗତିରେ କାମ ଚାଲି ତିନି କିଲୋମିଟର ଅର୍ଥାତ ଛତ୍ରବଜାର ପର୍ଯ୍ୟନ୍ତ କାମ ପ୍ରାୟ ସରି ଆସିଲାଣି । ବଜ୍ରକବାଟି ଓ ବକ୍ସିବଜାର ପାଖ ବ୍ରିଜ ଜାନୁଆରୀ 15 ସୁଦ୍ଧା ସରିବ ।

ଏହା ପରେ ମାର୍ଚ୍ଚ ଶେଷ ସୁଦ୍ଧା କାମ ସରି ବକ୍ସଡ୍ରେନ ଉପରେ ଲୋକଙ୍କ ଯାତାୟତ ଆରମ୍ଭ ହେବ ବୋଲି କହିଛନ୍ତି କଟକ ମେୟର । ବକ୍ସଡ୍ରେନ କାମ ସରିଲେ ପଟ୍ଟାପୋଲ ଠାରୁ ବର୍ଷା ଜଳ ଓ ନର୍ଦ୍ଦମାର ପାଣି ସହଜରେ ନିଷ୍କାସିତ ହେବ । ଏହାସହ ପଟ୍ଟାପୋଲରୁ ବକ୍ସିବଜାର ଗମ୍ମାଢିଆ ପର୍ଯ୍ୟନ୍ତ ଦୁଇ ଥାକିଆ ଓ ସେଠାରୁ ଛତ୍ରବଜାର ପର୍ଯ୍ୟନ୍ତ ତିନିଥାକିଆ ରାସ୍ତା ଦେଇ ଛୋଟ ବଡ ସବୁ ଗାଡି ସହଜରେ ଯାତାୟତ କରିପାରିବ । ରାସ୍ତାର ଫୁଟପାଥ୍ ଓ ସୌନ୍ଦର୍ଯ୍ୟକରଣ କାମ ମଧ୍ୟ ଶୀଘ୍ର କରାଯିବ ବୋଲି ସିଏମସି କମିଶନର କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+