ଏମିତି ବି ଆସେ ମୃତ୍ୟୁ, ଖାଇବା ଟେବୁଲରେ ଟଲି ପଡ଼ିଲେ ଗ୍ରାହକ
ପୁରୀ: ମୃତ୍ୟୁ କେତେବେଳଏ ଯେ ଆସିବ ତାହା କେହି ବି କହିପାରିବେ ନାହିଁ । କିନ୍ତୁ ବସୁ ବସୁ ହଠାତ୍ ଟଳି ପଡି ପ୍ରାଣ ହରାଇବା କଥା କାନକୁ ଅବିଶ୍ୱାସ ଲାଗିଲେ ମଧ୍ୟ ଆଖି ଆଗରେ ଘଟିଛି ଏମିତି ଘଟଣା । ହୋଟେଲରେ ଖାଇବା ପାଇଁ ବସିଥିବାବେଳେ ଟଳି ପଡ଼ିଲେ । ଉଡ଼ିଗଲା ପ୍ରାଣବାୟୁ ।

ପୁରୀ ବେଳାଭୂମି ନିକଟ ରେଣୁକା ଗଳିରେ ଘଟିଛି ଏଭଳି ଅଘଟଣ । ହୋଟେଲ ପେଟପୂଜାକୁ ଖାଇବାକୁ ଆସି ବସିଥିବାବେଳେ ହଠାତ ଟଳିପଡ଼ିଥିଲେ ଗ୍ରାହକ । ମୃତ୍ୟୁ ସମୟର ପୂରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ହୋଟେଲକୁ ଆସିବା, ହୋଟେଲରେ ବସିବା, ବିଚଳିତ ହେବା ଆଉ ତାପରେ ପଛକୁ ଗଳିପଡିବା ସହ ଜୀବନ ଚାଲିଯିବାର ଦୃଶ୍ୟ ରହିଛି । ଯାହା ସମସ୍ତଙ୍କୁ ଚକିତ କରିଛି ।
ହୋଟେଲ ମାଲିକଙ୍କ କହିବା ଅନୁସାରେ ମୃତକ ଶ୍ରୀକାକୁଲମ ଅଞ୍ଚଳର । ସେ ସମୁଦ୍ରକୂଳ ରାସ୍ତାରେ ବସି ଜୋତା ସିଲାଇ କରୁଥିଲେ । ଗତ 5 ବର୍ଷ ହେବ ସେ ସେହି ହୋଟେଲକୁ ଖାଇବାକୁ ଆସୁଥିଲେ । ସବୁଦିନ ଭଳି ଗତକାଲି ସନ୍ଧ୍ୟାରେ ଖାଇବାକୁ ଆସି ବସିଥିବାବେଳେ ହଠାତ୍ ଏଭଳି ଅଘଟଣ ଘଟିଥିଲା । ପ୍ରଥମେ ହୋଟେଲକୁ ଆସି ବିଚଳିତ ଦେଖାଯାଉଥିଲେ ସଂପୃକ୍ତ ବ୍ୟକ୍ତି । ପରେ ହଠାତ ସେଇଠି ହିଁ ଟଳିପଡ଼ିଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।












Click it and Unblock the Notifications