ପରୀକ୍ଷା ପାଇଁ କର୍ଫ୍ୟୁ କୋହଳ, ସ୍ୱତନ୍ତ୍ର ବ୍ୟବସ୍ଥା କରିବ ପ୍ରଶାସନ
ସମ୍ବଲପୁର: ଜିଲ୍ଲାରେ ହିଂସାକୁ ନେଇ କର୍ଫ୍ୟୁ ଲାଗିଥିବାବେଳେ ଆସନ୍ତା କାଲି ଅଛି ASO ଏବଂ CDS ପରୀକ୍ଷା । ଏହାକୁ ନଜରରେ ରଖି ପରୀକ୍ଷାର୍ଥୀଙ୍କ ପାଇଁ କର୍ଫ୍ୟୁ କୋହଳ କରିଛି ପ୍ରଶାସନ । ଏ ନେଇ ସକାଳ 7.30 ରୁ 10.30 ପର୍ଯ୍ୟନ୍ତ ଏବଂ ଅପରାହ୍ନ 4ଟାରୁ 6 ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି ।

ନିର୍ଦ୍ଦିଷ୍ଟ ବସରେ ପରୀକ୍ଷା ପାଇଁ ଯିବା ଆସିବା କରିବେ ଛାତ୍ରଛାତ୍ରୀ । ଏଥିପାଇଁ ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ପ୍ରଶାସନ ଯୋଗାଇ ଦେବ ବସ୍ । କ୍ଷେତରାଜପୁର ରେଳ ଷ୍ଟେସନରୁ ବାହାରିବ 3ଟି ବସ୍ ।
ବସଷ୍ଟାଣ୍ଡ ଓ ରେଳ ଷ୍ଟେସନରୁ ପରୀକ୍ଷାର୍ଥୀଙ୍କୁ ଅଣାଯିବ । ସିଟି ରେଳଷ୍ଟେସନରୁ ଗୋଟିଏ, ଅଇଁଠାପାଲି ବସଷ୍ଟାଣ୍ତରୁ 3 ଟି ବସ୍ ବାହାରିବ । ASO ଓ CDS ପରୀକ୍ଷାର୍ଥୀ ଆଡମିଟ କାର୍ଟ ଆଣିବାକୁ ପରାମର୍ଶ ଦିଆଯାଇଛି । ଛାତ୍ରଛାତ୍ରୀଙ୍କ ପାଇଁ ପେଡ ଲଞ୍ଚର ବ୍ୟବସ୍ଥା କରିଛି ପ୍ରଶାସନ । ଏ ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଅନନ୍ୟା ଦାସ ।












Click it and Unblock the Notifications