Crop Insurance Premium : ଅଗଷ୍ଟ ୫ ସୁଦ୍ଧା କରନ୍ତୁ ଫସଲ ବୀମା ପଞ୍ଜୀକରଣ, ଏହି ସବୁ ସ୍ଥାନରେ ମିଳୁଛି ସୁବିଧା
ଭୁବନେଶ୍ୱର : ରାଜ୍ୟର ଚାଷୀ ଭାଇଭଉଣୀଙ୍କୁ ଆହୁରି ସଶକ୍ତ କରିବା ସହ କୃଷି କ୍ଷେତ୍ରକୁ ସୁଦୃଢ କରିବା ନେଇ ଐତିହାସିକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଚାଷୀଙ୍କ ଫସଲ ବୀମା ଯୋଜନାର ସହାୟତା ପ୍ରଦାନ କରିବେ ଓଡ଼ିଶା ସରକାର । ଏ ନେଇ ପଞ୍ଜିକଣ ଜାରି ରହିଛି । ଏଥି ମଧ୍ୟରେ ପଞ୍ଜିକରଣର ଶେଷ ତାରିଖ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଅଗଷ୍ଟ 5 ସୁଦ୍ଧା ଚାଷୀ ମାନେ ନିଜ ଫସଲ ବୀମା ନେଇ ପଞ୍ଜିକରଣ କରିପାରିବେ ।

ଚଳିତ ବର୍ଷ ରାଜ୍ୟ ସରକାର ଚାଷୀ ପିଛା ସର୍ବାଧିକ 2 ହେକ୍ଟର ପର୍ଯ୍ୟନ୍ତ ଚାଷୀମାନଙ୍କର ଫସଲ ବୀମା ପ୍ରିମିୟମ ବହନ କରିବେ । ମାତ୍ର 1 ଟଙ୍କା ପ୍ରଦାନ କରି ଚାଷୀମାନେ ଫସଲର ବୀମା କରିପାରିବେ । ଖରିଫ ଋତୁର 8ଟି ଫସଲ ଯଥା- ଧାନ, ମକା, ଚିନାବାଦମ, ମାଣ୍ଡିଆ, କପା, ହରଡ଼, ଅଦା ଓ ହଳଦୀ ଚାଷର ବୀମା କରିପାରିବେ ଚାଷୀ । ଏହାର ପ୍ରିମିୟମ ବହନ କରିବେ ରାଜ୍ୟ ସରକାର ।
ବୀମା ପଞ୍ଜୀକରଣ ପାଇଁ ନିକଟସ୍ଥ ଜନ ସେବା କେନ୍ଦ୍ର, ବ୍ୟାଙ୍କ ଶାଖା, ବୀମା କମ୍ପାନୀ କାର୍ଯ୍ୟାଳୟ, ଅଧିକୃତ ବୀମା କମ୍ପାନୀ ଏଜେଣ୍ଟଙ୍କ ମାଧ୍ୟମରେ ତୁରନ୍ତ ଯୋଗାଯୋଗ କରନ୍ତୁ । ଅଧିକ ତଥ୍ୟ ପାଇଁ କୃଷି ସେବାର ନିଃଶୁଳ୍କ ନମ୍ବର 155333 ରେ ଫୋନ୍ କରି ପାରିବେ ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ












Click it and Unblock the Notifications