ବ୍ରାହ୍ମଣୀ ନଦୀରେ କୁମ୍ଭୀର ଆତଙ୍କ, 16 ଦିନରେ ତିନି ଜଣଙ୍କୁ ଟାଣି ନେଲାଣି କୁମ୍ଭୀର
କେନ୍ଦ୍ରାପଡ଼ା : ବ୍ରାହ୍ମଣୀ ନଦୀରେ ଆତଙ୍କ ରଚିଛି କୁମ୍ଭୀର । ନଦୀରୁ ବାରମ୍ବାର ଲୋକଙ୍କୁ ଟାଣି ନେଉଛି । ଆଜି ଭୋର ସମୟରେ ପୁଣି ଜଣେ ବୃଦ୍ଧଙ୍କୁ କୁମ୍ଭୀର ଟାଣି ନେଇଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଆଜି ଭୋର ସମୟରେ ଘାଗରାଡିହା ଗାଁର ଗଙ୍ଗାଧର ତରାଇ ଶୌଚ ପାଇଁ ବ୍ରାହ୍ମଣୀ ନଦୀକୁ ଯାଇଥିବା ବେଳେ କୁମ୍ଭୀର ତାଙ୍କୁ ଟାଣି ନେଇଥିଲା । ଗଙ୍ଗାଧରଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ବହୁ ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିପାରିନି । ତାଙ୍କୁ ଉଦ୍ଧାର ଲାଗି ଅଗ୍ନିଶମ କର୍ମଚାରୀମାନେ ଖୋଜାଖୋଜି କରୁଛନ୍ତି ।
ଗତ 16 ଦିନ ମଧ୍ୟରେ କେନ୍ଦ୍ରାପଡ଼ାର ବ୍ରାହ୍ମଣୀ ନଦୀରେ ତିନି ଜଣଙ୍କୁ ଟାଣଇନେଲାଣି କୁମ୍ଭୀର । ରଜ ସମୟରେ ମା' ଆଗରେ ନାବାଳକକୁ କୁମ୍ଭୀର ଟାଣି ନେଇଥିଲା । ସେହିପରି ଗତ 22 ତାରିଖରେ ରାଜନଗର ହାତିଆଗଡ଼ି ଗାଁର ଜଣେ ମହିଳାଙ୍କୁ କୁମ୍ଭୀର ନେଇ ଯାଇଥିଲା । ଆଜି ପୁଣି ଜଣେ ବୃଦ୍ଧଙ୍କୁ କୁମ୍ଭୀର ଟାଣି ନେବା ପରେ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି ।












Click it and Unblock the Notifications