ଆକାଶ ପାଠକଙ୍କୁ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ
ଠକେଇ ମାମଲାରେ ଗିରଫ ହୋଇଥିବା ଆଇଏଫ୍ଏସ୍ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ ।
ଭୁବନେଶ୍ୱର: ବଢୁଛି ପାଠକ ବାପ-ପୁଅଙ୍କ ଅଡୁଆ । ଜେଲ ଯିବା ପରେ ଏବେ ପୁଣି ପଚରା ଉଚରା । ଠକେଇ ମାମଲାରେ ଗିରଫ ହୋଇଥିବା ଆଇଏଫ୍ଏସ୍ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶଙ୍କୁ 5 ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ଏନେଇ ଭୁବନେଶ୍ୱର SDJM କୋର୍ଟରୁ ଅନୁମତି ମିଳିଛି ।

ତେବେ କୋର୍ଟଙ୍କ ଅନୁମତି ମିଳିବା ପରେ ଆସନ୍ତାକାଲିଠାରୁ ଆକାଶ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ଯିବେ। ଏହି ରିମାଣ୍ଡ ଅବଧିରେ ଆକାଶଠାରୁ ଆଉକିଛି ଠକେଇ ସମ୍ବନ୍ଧୀୟ ପଚରାଉଚୁରା କରିବା ସହ ଅଧିକ କିଛି ତଥ୍ୟ ପାଇବାକୁ ଆଶା ରଖିଛି କ୍ରାଇମବ୍ରାଞ୍ଚ।
ଏହା ପୂର୍ବରୁ SIT ଉଭୟ ବାପ-ପୁଅଙ୍କୁ ରିମାଣ୍ଡରେ ନେଇ ପଚରାଉଚୁରା କରିଛି। କଟକସ୍ଥିତ ଭିଜିଲାନ୍ସ ସେଲ୍ ଅଫିସ୍ରେ ୩ ଦିନ ଧରି SIT ଅଧିକାରୀମାନେ ଉଭୟଙ୍କୁ ଜେରା କରଛି SIT।












Click it and Unblock the Notifications