ଆଜି ଠୁ ଆରମ୍ଭ କ୍ରିକେଟ୍ ମହାସମର; ଭାରତ ପ୍ରଥମ ଥର ପାଇଁ ଏକକ ଆୟୋଜକ

Cricket world cup 2023: ଆଜି ଠୁ ଆରମ୍ଭ ହେଉଛି କ୍ରିକେଟ୍ ମହାସମର । ଆରମ୍ଭ ହେବ ଆଇସିସି ପୁରୁଷ ଦିନିକିଆ ବିଶ୍ବକପ୍‌ର ତ୍ରୟୋଦଶ ସଂସ୍କରଣ । 2023 ଦିନିକିଆ ବିଶ୍ୱକପ୍‌ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଗତ ଥରର ବିଜେତା ଓ ଉପବିଜେତା । ଅପରାହ୍ନ 2 ଟାରେ ଗୁଜୁରାଟର ନରେନ୍ଦ୍ର ମୋଦୀ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଡିଫେଣ୍ଡି ଚମ୍ପିଆନ୍‌ ଇଂଲଣ୍ଡ ଏବଂ ଡିଫେଣ୍ଡିଂ ରନର୍ସ ଅପ୍‌ ନ୍ୟୁଜିଲାଣ୍ଡ ଟିମ୍ ମଧ୍ୟରେ ଖେଳାଯିବ ମ୍ୟାଚ୍‌ ଏହ ମ୍ୟାଚ୍ ।

CWC 2023

ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି । ଏହାର ଅବ୍ୟବହିତ ପୂର୍ବରୁ ବୁଧବାର ଅହମଦାବାଦରେ ସବୁ ଦଳର ଅଧିନାୟକଙ୍କୁ ଏକାଠି (କ୍ୟାପ୍‌ଟେନ୍ସ ମିଟ୍‌) କରାଯାଇଥିଲା । ଆୟୋଜକ ଭାରତ ଆସନ୍ତା 8 ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରୁ ଚେନ୍ନାଇରେ ଅଭିଯାନ ଆରମ୍ଭ କରିବ ।

ଗତ 48 ବର୍ଷର ବିଶ୍ବକପ୍‌ ଇତିହାସରେ ଭାରତ ପ୍ରଥମ ଥର ପାଇଁ ଏକକ ଆୟୋଜକ ହୋଇଛି । ଏହା ପୂର୍ବରୁ 1987, 1996 ଓ 2011 ରେ ପଡ଼ୋଶୀ ଦେଶମାନଙ୍କୁ ନେଇ ମିଳିତ ଭାବେ ଭାରତ ବିଶ୍ବକପ୍‌ ଆୟୋଜନ କରିଥିଲା । ଚଳିତ ସଂସ୍କରଣରେ ଭାରତ ସମେତ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଇଂଲଣ୍ଡ, ପାକିସ୍ତାନ, ବାଂଲାଦେଶ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ନେଦରଲାଣ୍ଡ୍ସ ଓ ଆଫଗାନିସ୍ତାନ ଅଂଶଗ୍ରହଣ କରୁଛନ୍ତି ।
ରାଉଣ୍ଡ ରବିନ ପଦ୍ଧତିରେ ଲିଗ୍‌ ପର୍ଯ୍ୟାୟ ଖେଳାଯିବ । ନଭେମ୍ବର 12 ତାରିଖ ପର୍ଯ୍ୟନ୍ତ 45 ଲିଗ୍‌ ମ୍ୟାଚ୍‌ ଖେଳାଯିବ । ନଭେମ୍ବର 15 ତାରିଖରେ ମୁମ୍ବାଇରେ ପ୍ରଥମ ସେମିଫାଇନାଲ୍‌ ଓ 16 ତାରିଖରେ କୋଲକାତାରେ ଦ୍ବିତୀୟ ସେମିଫାଇନାଲ୍‌ ଅନୁଷ୍ଠିତ ହେବ । ନଭେମ୍ବର 19 ତାରିଖରେ ଅହମଦାବାଦରେ ଫାଇନାଲ୍‌ ଖେଳାଯିବ । ଏହି ତିନି ସ୍ଥାନ ସହିତ ବେଙ୍ଗାଲୁରୁ, ଚେନ୍ନାଇ, ନୂଆଦିଲ୍ଲୀ, ଧର୍ମଶାଳା, ହାଇଦ୍ରାବାଦ, ଲକ୍ଷ୍ନୌ, ପୁଣେରେ ଅନ୍ୟ ମ୍ୟାଚ୍‌ ଗୁଡ଼ିକ ଖେଳାଯିବ ।

ଏହି ଦିନିକିଆ ବିଶ୍ବକପ୍‌ର ବିଜେତାକୁ 4 ମିଲିଅନ୍‌ ଡଲାର (ପାଖାପାଖି 33 କୋଟି ଟଙ୍କା) ଅର୍ଥ ପୁରସ୍କାର ମିଳିବ । ସେହିପରି ଉପବିଜେତାଙ୍କୁ 2 ମିଲିଅନ୍‌ ଡଲାର (ପାଖାପାଖି 17 କୋଟି ଟଙ୍କା) ପୁରସ୍କାର ଦିଆଯିବ ବୋଲି ଆଇସିସି ପୂର୍ବରୁ ଘୋଷଣା କରିଛି । ମୋଟ ପୁରସ୍କାର ରାଶି 10 ମିଲିଅନ୍‌ ଡଲାର ରଖାଯାଇଛି । ସେମିଫାଇନାଲ୍‌ରେ ପରାଜିତ ଦଳକୁ 8ଲକ୍ଷ ଡଲାର ଲେଖାଏଁ ପ୍ରଦାନ କରାଯିବ । ଗ୍ରୁପ୍‌ ପର୍ଯ୍ୟାୟରେ ପ୍ରତ୍ୟେକ ମ୍ୟାଚ୍‌ର ବିଜେତାଙ୍କୁ 40 ହଜାର ଡଲାର ପ୍ରଦାନ କରାଯିବ । ସେମିଫାଇନାଲ ପୂର୍ବରୁ ବାଦ୍‌ ପଡ଼ିଥିବା ଦଳଗୁଡିକୁ 1 ଲକ୍ଷ ଡଲାର ଲେଖାଏଁ ରାଶି ପ୍ରଦାନ କରାଯିବାକୁ ଘୋଷଣା ହୋଇଛି ।

ଚଳିତ ବିଶ୍ବକପ୍‌ ପାଇଁ ଦୁଇଟି ଭିନ୍ନ ଧରଣର ମାସ୍କଟ ପ୍ରସ୍ତୁତ କରାଯାଇଛି । ପୁରୁଷ ମାସ୍କଟର ନାମ ରଖାଯାଇଛି 'ଟଙ୍କ୍‌' ଓ ମହିଳା ମାସ୍କଟର ନାମ ରହିଛି 'ବ୍ଲେଜ୍‌' । ଗୁରଗାଓଁରେ 19 ବର୍ଷରୁ କମ୍‌ ବିଶ୍ବକପ୍‌ ବିଜେତା ଦଳର ସଦସ୍ୟ ଶେଫାଳି ବର୍ମା ଓ ୟଶ ଧୂଲ୍‌ଙ୍କ ଉପସ୍ଥିତିରେ ଏହି ଦୁଇ ମାସ୍କଟ୍‌କୁ ଉନ୍ମୋଚନ କରାଯାଇଥିଲା । ସେହିପରି ଆଇସିସି ପକ୍ଷରୁ ବିଶ୍ବକପ୍‌ ସଂଗୀତ 'ଦିଲ୍‌ ଜସନ ଜସନ ବୋଲେ' କୁ ଉନ୍ମୋଚନ କରାଯାଇଛି। ସଂଗୀତ ନିର୍ଦ୍ଦେଶକ ପ୍ରୀତମ୍‌ ଏହାକୁ ପ୍ରସ୍ତୁତ କରିଥିବା ବେଳେ ବଲିଉଡ୍‌ ଅଭିନେତା ରଣବୀର ସିଂହଙ୍କ ସହ ଅନେକ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀ ଏହି ସଂଗୀତ ଭିଡିଓରେ ସାମିଲ ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+