ଶ୍ରୀମନ୍ଦିର ରତ୍ନଭଣ୍ଡାର ବାହାର କାନ୍ଥରେ ଫାଟ, ଏଏସ୍ଆଇ ଲେଜର ସ୍କାନିଂରୁ ସ୍ପଷ୍ଟ
ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର କାନ୍ଥରେ ଫାଟ । ରତ୍ନଭଣ୍ଡାରର ଉତ୍ତର ପାର୍ଶ୍ୱରେ ଫାଟ ହୋଇଥିବା ସ୍ପଷ୍ଟ ହୋଇଛି । ଏଏସଆଇ ପକ୍ଷରୁ କରାଯାଇଥିବା ଲେଜର ସ୍କାନିଂରୁ ଏହା ଜଣାପଡ଼ିଛି । ରତ୍ନ ଭଣ୍ଡାରର କାନ୍ଥରେ ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଛି । ଏହାର ମରାମତି କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଛି ଏଏସଆଇ ।

କାନ୍ଥରେ ଲଗାଯାଇଥିବା ଚୁନ ପଥରରେ କିଛି ସ୍ଥାନରେ ଫାଟ ସୃଷ୍ଟି ହୋଇଛି । ରତ୍ନ ଭଣ୍ଡାର ଏବଂ ଜଗମୋହନର ମଝି ଭାଗକୁ ଅଧିକ ମଜଭୁତ କରିବାର ଆବଶ୍ୟକତା ରହିଛି । ରତ୍ନ ଭଣ୍ଡାରର ବାହାର ତିନିଟି କାନ୍ଥରେ ପ୍ଲାଷ୍ଟର କରିବା ପରେ ଯଦି କିଛି ବଡ଼ ଫାଟ ଦେଖିବାକୁ ମିଳେ, ତେବେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଏଏସଆଇ କହିଛି । ଏସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଏସଏସଆଇ କହିଛି । ଗତ ନଭେମ୍ବର ମାସରେ ଦୁଇ ଦିନ ପାଇଁ ଏଏସଆଇ ପକ୍ଷରୁ ରତ୍ନଭଣ୍ଡାର ଲେଜର ସ୍କାନିଂ କରଯାଇଥିଲା ।
ଗତ ନଭେମ୍ବର 28 ଓ 29 ତାରିଖରେ ଦୁଇ ଦିନ ଧରି ବାହାର ରତ୍ନଭଣ୍ଡାରର ଲେଜର ସ୍କାନିଂ ହୋଇଥିଲା । ଏଏସ୍ ଆଇ ପକ୍ଷରୁ ଏହି ଲେଜର ସ୍କାନିଂ କରାଯାଇଥିଲା । ବାହାର ରତ୍ନଭଣ୍ଡାର ଉତ୍ତର ପାର୍ଶ୍ୱର ଲେଜର ସ୍କାନିଂ ହୋଇଥିଲା । ସେତେବେଳେ କାନ୍ଥର ବିଭିନ୍ନ ସ୍ଥାନରେ ଫାଟ ହୋଇଥିବା ଦେଖାଯାଇଥିଲା ବୋଲି ରିପୋର୍ଟରେ ଉଲ୍ଲେଖ କରିଛି ଏଏସଆଇ ।
ଏଏସଆଇ ପକ୍ଷରୁ 49ଟି ପଏଣ୍ଟରେ ହୋଇଥିଲା ଲେଜର୍ ସ୍କାନିଂ । ଏଏସ୍ ଆଇ ପକ୍ଷରୁ ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ଆଜି ଏହି ସ୍କାନିଂ ରିପୋର୍ଟ
ପ୍ରଦାନ କରାଯାଇଛି ।












Click it and Unblock the Notifications