ସମସ୍ତ ଜିଲ୍ଲାକୁ ପଠାଗଲା କୋଭିସିଲ୍ଡ ଟିକା
କରୋନା ଟିକା କୋଭିସିଲ୍ଡକୁ ବୁଧବାର ସମସ୍ତ ଜିଲ୍ଲା ମୁଖ୍ୟାଳୟକୁ ପଠାଯାଇଛି । କଡ଼ା ସୁରକ୍ଷା ମଧ୍ୟରେ ଅନ୍ୟ ସମସ୍ତ ଜିଲ୍ଲାକୁ ଏହି ଟିକା ପଠାଯାଇଛି ।
ଭୁବନେଶ୍ୱର : କରୋନା ଟିକା କୋଭିସିଲ୍ଡକୁ ବୁଧବାର ସମସ୍ତ ଜିଲ୍ଲା ମୁଖ୍ୟାଳୟକୁ ପଠାଯାଇଛି । ଗତକାଲି କରୋନା ଟିକା କୋଭିସିଲ୍ଡ ଭୁବନେଶ୍ୱରରେ ପହଞ୍ଚିବା ପରେ ପୁରୀ, କଟକ ଓ ନୟାଗଡ଼ ଜିଲ୍ଲାକୁ ପଠାଯାଇଥିଲା । ଏହା ପରେ ଆଜି କଡ଼ା ସୁରକ୍ଷା ମଧ୍ୟରେ ଅନ୍ୟ ସମସ୍ତ ଜିଲ୍ଲାକୁ ଏହି ଟିକା ପଠାଯାଇଛି । ପ୍ରତ୍ୟକ ଜିଲ୍ଲାର ଆକଳନ ଅନୁସାରେ ଟୀକାକରଣ କେନ୍ଦ୍ରକୁ ପଠାଯାଇଛି। ଜିଲ୍ଲାରୁ ଆସିଥିବା ସ୍ୱତନ୍ତ୍ର ବାକ୍ସରେ ଏହି ସବୁ ଟିକାକୁ ସୁରକ୍ଷିତ ଭାବେ ପଠାଯାଇଛି ।

ସୂଚନା ଯୋଗ୍ୟ ଗତକାଲି ଭୁବନେଶ୍ୱରରେ ସ୍ୱତନ୍ତ୍ର ବିମାନ ଯୋଗେ ଟିକା ପହଞ୍ଚିବା ପରେ ଏହାକୁ ରାଜ୍ୟ ଟିକା ସଂଗ୍ରହାଳୟରେ ରଖାଯାଇଥିଲା । ଆସନ୍ତା ଜାନୁଆରୀ 16 ତାରିଖରେ ସାରା ଦେଶରେ କରୋନା ଟୀକାକରଣ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଜନା କରାଯାଇଥିବା ବେଳେ ରାଜ୍ୟ ସରକାର ଟୀକାକରଣର ସୁପରିଚାଳନା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରିଥିବା ସୂଚନା ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ କର୍ମୀ, ପୋଲିସ୍, ସଫେଇ କର୍ମଚୀରୀ ଭଳି ଆଗ ଧାଡ଼ିର କୋଭିଡ଼ ଯୋଦ୍ଧାମାନଙ୍କୁ ଟୀକାକରଣ କରାଯିବ ବୋଲି କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ରହିଛି । ଏନେଇ ରାଜ୍ୟ ସରକାର ଏକ ତାଲିକା ମଧ୍ୟ ପ୍ରସ୍ତୁତ କରିଛନ୍ତି ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications