Get Updates
Get notified of breaking news, exclusive insights, and must-see stories!

ଆଉ 8 ଜଣଙ୍କ ଜୀବନ ନେଲା ମହାମାରୀ କରୋନା, ମୋଟ ମୃତ୍ୟୁ ସଂଖ୍ୟା ହେଲା 1981

ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଅନୁସାରେ ଗତ 24 ଘଣ୍ଟାରେ ଆଉ 8 ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 1981କୁ ବୃଦ୍ଧି ପାଇଛି ।

ଭୁବନେଶ୍ୱର : ରାଜ୍ୟରେ ଗତ କିଛି ଦିନ ହେବ କରୋନା ପ୍ରକୋପ କମିବାର ନାଁ ନେଉନି । କରୋନା ଭୟାବହତା ବଢୁଥିବାବେଳେ କରୋନାଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଅନୁସାରେ ଗତ 24 ଘଣ୍ଟାରେ ଆଉ 8 ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 1981କୁ ବୃଦ୍ଧି ପାଇଛି ।

corona-virus

ସ୍ୱାସ୍ଥ୍ୟ ବିଭାଗର ଟ୍ୱିଟ୍ ଅନୁସାରେ, ବାଲେଶ୍ୱର, ବରଗଡ଼, ଭଦ୍ରକ, ବଲାଙ୍ଗିର, କଟକ ଓ ନୂଆପଡ଼ାରୁ ଜଣେ ଲେଖାଏଁ ଏବଂ ସୁନ୍ଦରଗଡ଼ରୁ 2 ଜଣ ସଂକ୍ରମିତଙ୍କ କରୋନାଜନିତ ମୃତ୍ୟୁ ହୋଇଛି ।

ବାଲେଶ୍ୱରରେ ଜଣଙ୍କର ମୃତ୍ୟୁକୁ ମିଶାଇ ଜିଲ୍ଲାରେ କୋଭିଡ୍ ମୃତ୍ୟୁ 98କୁ ବୃଦ୍ଧି ପାଇଥିବା ବେଳେ ଜିଲ୍ଲାରେ ଏବେ 836 ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ସେହିଭଳି ବରଗଡ଼ ଜିଲ୍ଲାରେ ଜଣଙ୍କ ମୃତ୍ୟୁକୁ ମିଶାଇ ଜିଲ୍ଲାରେ ମୃତ୍ୟୁସଂଖ୍ୟା 44କୁ ବୃଦ୍ଧି ପାଇଛି । ଭଦ୍ରକରେ ମୋଟ କୋଭିଡ୍ ମୃତ୍ୟୁ 27କୁ ବୃଦ୍ଧି ପାଇଥିବା ବେଳେ ବଲାଙ୍ଗିରରେ ଜଣଙ୍କ ମୃତ୍ୟୁକୁ ମିଶାଇ ମୃତ୍ୟୁ ସଂଖ୍ୟା 49ରେ ପହଞ୍ଚିଛି ।

କଟକରେ ଏବେ 2 ହଜାର 527 ଜଣ ସକ୍ରିୟ ସଂକ୍ରମିତ ରହିଥିବା ବେଳେ ଗୋଟିଏ ମୃତ୍ୟୁକୁ ମିଶାଇ ଜିଲ୍ଲାରେ କୋଭିଡ୍ ମୃତ୍ୟୁସଂଖ୍ୟା 144କୁ ବୃଦ୍ଧି ପାଇଛି । ସେହିପରି ନୂଆପଡ଼ାରେ ଗୋଟିଏ ମୃତ୍ୟୁକୁ ମିଶାଇ ମୋଟ ମୃତ୍ୟୁସଂଖ୍ୟା 35ରେ ପହଞ୍ଚିଛି । ତେବେ, ଜିଲ୍ଲାରେ ଏବେ 2 ହଜାର 493 ସକ୍ରିୟ ମାମଲା ରହିଛି । ସେହିଭଳି ସୁନ୍ଦରଗଡ଼ ଜିଲ୍ଲାରୁ 2 କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁସଂଖ୍ୟା 180ରେ ପହଞ୍ଚିଛି । ଏହାସହିତ ଜିଲ୍ଲାରେ ବର୍ତ୍ତମାନ 5 ହଜାର 826ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+