Get Updates
Get notified of breaking news, exclusive insights, and must-see stories!

କୋଭିଡ୍ ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ, ପୋଲିସ୍ ଡିଜି ଅଭୟ ନେଲେ ଟିକା

ଓଡ଼ିଶାରେ ଆରମ୍ଭ ହୋଇଛି କୋଭିଡ୍ ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ । ଏହି ପର୍ଯ୍ୟାୟରେ ମୋଟ 16 ହଜାର କୋଭିଡ୍ ଯୋଦ୍ଧା ଟିକା ନେବାକୁ ପଞ୍ଜୀକୃତ ହୋଇଛନ୍ତି ।

ଭୁବନେଶ୍ୱର : ଓଡ଼ିଶାରେ ଆରମ୍ଭ ହୋଇଛି କୋଭିଡ୍ ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ । ଏହି ପର୍ଯ୍ୟାୟରେ ମୋଟ 16 ହଜାର କୋଭିଡ୍ ଯୋଦ୍ଧା ଟିକା ନେବାକୁ ପଞ୍ଜୀକୃତ ହୋଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଗୃହ ଓ ନଗର ଉନ୍ନୟନ ଏବଂ ରାଜସ୍ୱ ବିଭାଗ କର୍ମଚାରୀ ଟିକା ନେବେ।

Corona-Vaccination

ଦ୍ୱିତୀୟ ପର୍ଯ୍ୟାୟର ଏହି ଟୀକାକରଣରେ ଶନିବାର ପୋଲିସ ଡିଜି ଅଭୟ କଟକ ଇଣ୍ଡୋର ଷ୍ଟାଡିୟମରେ କରୋନା ଟିକା ନେଇଛନ୍ତି । ଏହା ପରେ ସେ ସୁରକ୍ଷିତ ବୋଲି କହିଛନ୍ତି । ତାଙ୍କ ସହିତ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ମଧ୍ୟ ଟିକା ନେଇଛନ୍ତି । ଭୁବନେଶ୍ୱରରେ ପ୍ରଥମ ଦିନରେ ଆଜି 6ଟି ସ୍ଥାନରେ ବ୍ୟବସ୍ଥା କରାଯାଇଛି । ୟୁନିଟ 8, କଟକ ରୋଡ଼ ସ୍ଥିତ ଯାତ୍ରୀ ନିବାସ ଓ ଚନ୍ଦ୍ରଶେଖରପୁର କଲ୍ୟାଣମଣ୍ଡପ ସହିତ କମିଶନରେଟ ପୋଲିସ ମୁଖ୍ୟାଳୟ, 7ମ ବାଟାଲିଅନ ଓ ରିଜର୍ଭ ପୋଲିସରେ ଟିକାକରଣ ହେବ । ପ୍ରତି କେନ୍ଦ୍ରରେ 100 ଜଣ ଲେଖାଏଁ କୋଭିଡ୍ ଯୋଦ୍ଧା ଟିକା ଗ୍ରହଣ କରିବେ । ଟୀକରାକଣ ପାଇଁ ପୂର୍ବାହ 9ଟା ଠାରୁ ଅପରାହ୍ନ 5ଟା ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଛି । ଭୁବନେଶ୍ୱରରେ ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ କୋଭାକ୍ସିନ୍ ଟିକା ଦିଆଯାଉଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+