ଅଜଣା ଗାଡ଼ି ଧକ୍କାରେ ଦମ୍ପତିଙ୍କ ମୃତ୍ୟୁ
ଆଠଗଡ଼: ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଦମ୍ପତିଙ୍କ ଜୀବନ । ଦମ୍ପତି ବାଇକ୍ରେ ଆସୁଥିବା ବେଳେ ଅଜଣା ଗାଡ଼ି ସହ ଧକ୍କା ହୋଇଥିଲା । ଫଳରେ ଦୁହିଁଙ୍କ ପ୍ରାଣହାନି ହୋଇଛି । ଏଙଳି ଏକ ଦୁଃଖଦ ଘଟଣା ଘଟିଛି ଆଠଗଡ଼ ଅଞ୍ଚଳରେ ।

ପୁରୁଣାକଟକ ସମ୍ବଲପୁର ରାସ୍ତା ଚିରୁଗୁଡ଼ିଆ ଶୀତଳଭଣ୍ଡାର ନିକଟରେ ଥିବା ପାରିଜାତ ହୋଟେଲ ନିକଟରେ ଏହି ଦୁର୍ଘଟଣା ଘଟିଛି । ବାଇକ୍ରେ ଯାଉଥିବା ଦମ୍ପତି ଢ଼େଙ୍କାନାଳ ଜିଲ୍ଲା ଭାପୁର ଅଞ୍ଚଳର ବୋଲି ଜଣାଯାଇଛି ।
ଆଜି ଭୋର 5 ଟା ସମୟରେ ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଚନ୍ଦ୍ରଶେଖରପ୍ରସାଦ ଗାଁର ଚଣିଆ ବାରିକ ଏବଂ ସ୍ତ୍ରୀ କନ୍ତୋଲି ବାରିକ ମୋଟରସାଇକେଲରେ ଯାଉଥିବା ବେଳେ ଅଜଣା ଗାଡ଼ି ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଦମ୍ପତ୍ତିଙ୍କର ମୃତ୍ୟୁ ହୋଇଛି । ଖବର ପାଇ ଆଠଗଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । ପୋଲିସ ମୃତଦେହକୁ ଜବତକରି ତଦନ୍ତ ଚଳାଇଛି ।












Click it and Unblock the Notifications