କମୁନି କରୋନା ପ୍ରକୋପ, ଗତ 24 ଘଣ୍ଚାରେ 11807 ନୂଆ ସଂକ୍ରମିତ, 21 ମୃତ

ଗତ 24 ଘଣ୍ଚା ମଧ୍ୟରେ ରାଜ୍ୟରେ 11 ହଜାର 807 ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ 6,613 ଜଣ ସଙ୍ଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ 5194 ଜଣ ସ୍ଥାନୀୟ ସଂକ୍ରମିତ ।

ଭୁବନେଶ୍ୱର : ରାଜ୍ୟରେ କମୁନି କରୋନା ଭାଇରସର ପ୍ରଭାବ । ଗତ 24 ଘଣ୍ଚା ମଧ୍ୟରେ ରାଜ୍ୟରେ 11 ହଜାର 807 ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ 6,613 ଜଣ ସଙ୍ଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ 5194 ଜଣ ସ୍ଥାନୀୟ ସଂକ୍ରମିତ । ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 5 ଲକ୍ଷ 24 ହଜାର 207କୁ ବୃଦ୍ଧି ପାଇଛି । ଏହା ବ୍ୟତୀତ ଏହି ସମୟରେ ରାଜ୍ୟରେ 21 ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି ।

corona-virus

ସୂଚନା ଓ ଲୋକ ସମ୍ପର୍କ ବିଭାଗର ଟ୍ୱିଟ୍ ଅନୁସାରେ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ 1922 ଜଣ, ଖୋର୍ଦ୍ଧା ଜିଲ୍ଲାରୁ 1510, କଟକରୁ 1052 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ 560, ସମ୍ବଲପୁରରୁ 533, ବଲାଙ୍ଗୀରରୁ 437, ବରଗଡ଼ରୁ 428, ଜୈାରସୁଗୁଡ଼ାରୁ 421, କଳାହାଣ୍ଡିରୁ 402, ନବରଙ୍ଗପୁରରୁ 419 ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହା ବ୍ୟତୀତ ରାଜ୍ୟପୁଲରୁ 301 ଜଣ କରୋନା ସଂକ୍ରମିତ ମଧ୍ୟ ଚିହ୍ନଟ ହୋଇଛନ୍ତି ।

ଏହି ଟ୍ୱିଟ୍ ଅନୁସାରେ, ଗତ 24 ଘଣ୍ଟାରେ 8401 ଜଣ କରୋନା ରୋଗୀ ସୁସ୍ଥ ହୋଇଥିବା ସହ ରାଜ୍ୟରେ ଏଯାବତ୍ ସୁସ୍ଥ ସଂଖ୍ୟା 4 ଲକ୍ଷ 31 ହଜାର 658ରେଲ ପହଞ୍ଚିଛି । ଏହା ସହିତ ବର୍ତ୍ତମାନ ରାଜ୍ୟରେ 90 ହଜାର 335 ଟି ସକ୍ରିୟ ମାମଲା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+