ରାଜ୍ୟରେ ହ୍ରାସ ପାଇଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା : ଗତ 24 ଘଣ୍ଟାରେ 349 ଆକ୍ରାନ୍ତ ଚିହ୍ନଟ, 6 ମୃତ

ଗତ 24 ଘଣ୍ଟାରେ ରାଜ୍ୟରେ 349 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସେମାନଙ୍କ ମଧ୍ୟରୁ 198 ଜଣ କ୍ୱାରେଣ୍ଟିନ୍ ସେଣ୍ଟରରୁ ଏବଂ 151 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି | ଅନ୍ୟପକ୍ଷରେ ଚିକିତ୍ସାଧିନ ଅବସ୍ଥାରେ 6ଜଣ କରୋନାଜନିତ ମୃତ୍ୟୁ ହୋଇଛି ।

ଭୁବନେଶ୍ୱର : ରାଜ୍ୟରେ କମିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା | ଗତ 24 ଘଣ୍ଟାରେ ରାଜ୍ୟରେ 349 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସେମାନଙ୍କ ମଧ୍ୟରୁ 198 ଜଣ କ୍ୱାରେଣ୍ଟିନ୍ ସେଣ୍ଟରରୁ ଏବଂ 151 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି | ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3ଲକ୍ଷ 21 ହଜାର 913 ହୋଇଛି |

corona-virus

ସୂଚନା ଓ ଲୋକ ସମ୍ପର୍କ ବିଭାଗର ଟ୍ୱିଟ୍ ଅନୁସାରେ ସୁନ୍ଦରଗଡ଼ରୁ ସର୍ବାଧିକ 46ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସେହିପରି ଖୋର୍ଦ୍ଧାରୁ 44, ଅନୁଗୁଳରୁ 26, କଟକରୁ 22, ନୂଆପଡ଼ାରୁ 10, କେନ୍ଦୁଝରରୁ 7, କେନ୍ଦ୍ରାପଡ଼ାରୁ 5, ବଲାଙ୍ଗୀରରୁ 6, ବାଲେଶ୍ୱରରୁ 23, ମୟୁରଭଞ୍ଜରୁ 18, ଯାଜପୁରରୁ 8, ଝାରସୁଗୁଡାରୁ 18, କଳାହାଣ୍ଡିରୁ 19, ଜଗତସିଂପୁରରୁ 5, ସମ୍ବଲପୁରରୁ 14ଜଣ , ପୁରୀରୁ 22 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି |

କନ୍ଧମାଳରୁ 2, ଢେଙ୍କାନାଳରୁ 1, ଗଞ୍ଜାମରୁ 4, କୋରାପୁଟରୁ 1, ବରଗଡ଼ରୁ 19, ଭଦ୍ରକରୁ 5, ମାଲକାନାଗିରିରୁ 3, ଦେବଗଡରୁ 2, ନବରଙ୍ଗପୁରରୁ 3, ନୟାଗଡ଼ ଓ ରାୟଗଡାରୁ ଜଣେ ଲେଖାଏଁ, ଗଜପତିିରୁ 2, ସୋନପୁରରୁ 2, ବୌଦ୍ଧରୁ 4 ଏବଂ ରାଜ୍ୟ ପୁଲରୁ 10 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଅନ୍ୟ ପକ୍ଷରେ ରାଜ୍ୟରେ କମୁନି କରୋନାଜନିତ ମୃତ୍ୟୁ ସଂଖ୍ୟା | ଗତ 24 ଘଣ୍ଟାରେ ରାଜ୍ୟରେ 6ଜଣଙ୍କର ଚିକିତ୍ସାଧିନ ଅବସ୍ଥାରେ କରୋନାଜନିତ ମୃତ୍ୟୁ ହୋଇଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ସହିତ ରାଜ୍ୟରେ ମୋଟ 3ଲକ୍ଷ 16ହଜାର 447 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଏବଂ 3629 ଜଣ ରୋଗୀ ସକ୍ରିୟ ଅଛନ୍ତି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+