ଗତ 24 ଘଣ୍ଟାରେ ରାଜ୍ୟରେ 245 ଜଣ କରୋନା ସଂକ୍ରମିତ ଚିହ୍ନଟ

ଗତ 24 ଘଣ୍ଟାରେ ରାଜ୍ୟରେ ମୋଟ 245 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ 141 ଜଣ ସଙ୍ଗରୋଧ ଗୃହରୁ ଏବଂ 104 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି ।

ଭୁବନେଶ୍ୱର : ରାଜ୍ୟରେ ଗତ କିଛି ଦିନ ହେବ ସ୍ଥିର ରହିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ପ୍ରତ୍ୟେକ ଦିନ ସଂକ୍ରମିତଙ୍କ ସଂଖ୍ୟା 250ରୁ କମ୍ ଥିବା ବେଳେ ମୃତ୍ୟୁହାର ମଧ୍ୟ କମିବାରେ ଲାଗିଛି । ସୂଚନା ଓ ଲୋକସମ୍ପର୍କ ବିଭାଗର ଟ୍ୱିଟ୍ ଅନୁସାରେ ଗତ 24 ଘଣ୍ଟାରେ ରାଜ୍ୟରେ ମୋଟ 245 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ 141 ଜଣ ସଙ୍ଗରୋଧ ଗୃହରୁ ଏବଂ 104 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ଏହାକୁ ମିଶାଇ ଆଜିସୁଦ୍ଧା ରାଜ୍ୟରେ ମୋଟ 3ଲକ୍ଷ 31ହଜାର 396 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

corona-virus

ରାଜ୍ୟର ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ 29 ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ବରଗଡ଼ରୁ 13, ଅନୁଗୁଳରୁ 20, ଖୋର୍ଦ୍ଧାରୁ 25, କେନ୍ଦୁଝରରୁ 10, ନୂଆପଡ଼ା, ମୟୁରଭଞ୍ଜରୁ 13, ବାଲେଶ୍ୱରରୁ 16, ଯାଜପୁରରୁ 12, କେନ୍ଦ୍ରାପଡ଼ା ଓ କଟକରୁ 5ଜଣ ଲେଖାଏଁ, ବଲାଙ୍ଗୀରରୁ 40 ଜଣ, ଝାରସୁଗୁଡ଼ାରୁ 16, ପୁରୀରୁ 6, ନୂଆପଡ଼ାରୁ 7, ମାଲକାନାଗିରିରୁ 4, ଦେବଗଡ଼, ସମ୍ବଲପୁର ଓ ଭଦ୍ରକରୁ 3ଜଣ ଲେଖାଏଁ, ସୋନପୁରରୁ 4, ନୟାଗଡ଼ ଓ ବୌଦ୍ଧରୁ 2ଜଣ ଲେଖାଏଁ, ରାୟଗଡ଼ା ଓ ଢେଙ୍କାନାଳରୁ ଜଣେ ଲେଖାଏଁ ଏବଂ ରାଜ୍ୟ ପୁଲରୁ 4ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଅପରପକ୍ଷରେ ଗତ 24ଘଣ୍ଟାରେ ଦୁଇ ଝଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରୁ ଭୁବନେଶ୍ୱର ଓ ନୟାଗଡ଼ରୁ ଜଣେ ଲେଖାଏଁ ଅଛନ୍ତି । ଏଥିସହିତ ଆଜି ସୁଦ୍ଧା ରାଜ୍ୟରେ ମୋଟ 3ଲକ୍ଷ 27ହଜାର 290 ଜଣ ସୁସ୍ଥ ହୋଇଛନ୍ତି ଏବଂ 2163 ଜଣ କରୋନା ରୋଗୀ ସକ୍ରିୟ ଅଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+