ଗତ 24 ଘଣ୍ଟାରେ ରାଜ୍ୟରେ 368 କରୋନା ଆକ୍ରାନ୍ତ ଚିହ୍ନଟ, 7ମୃତ
ଗତ 24 ଘଣ୍ଟାରେ ରାଜ୍ୟରେ 368 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସେମାନଙ୍କ ମଧ୍ୟରୁ 212 ଜଣ କ୍ୱାରେଣ୍ଟିନ୍ ସେଣ୍ଟରରୁ ଏବଂ 156 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି | ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3ଲକ୍ଷ 21 ହଜାର 564 ହୋଇଛି |
ଭୁବନେଶ୍ୱର : ଗତ 24 ଘଣ୍ଟାରେ ରାଜ୍ୟରେ 368 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସେମାନଙ୍କ ମଧ୍ୟରୁ 212 ଜଣ କ୍ୱାରେଣ୍ଟିନ୍ ସେଣ୍ଟରରୁ ଏବଂ 156 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି | ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3ଲକ୍ଷ 21 ହଜାର 564 ହୋଇଛି |

ସୂଚନା ଓ ଲୋକ ସମ୍ପର୍କ ବିଭାଗର ଟ୍ୱିଟ୍ ଅନୁସାରେ ସୁନ୍ଦରଗଡ଼ରୁ ସର୍ବାଧିକ 45ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସେହିପରି ଖୋର୍ଦ୍ଧାରୁ 49, ଅନୁଗୁଳରୁ 30, କଟକରୁ 26, ନୂଆପଡ଼ାରୁ 5, କେନ୍ଦୁଝରରୁ 22, କେନ୍ଦ୍ରାପଡ଼ାରୁ 5, ବଲାଙ୍ଗୀରରୁ 18, ବାଲେଶ୍ୱରରୁ 16, ମୟୁରଭଞ୍ଜରୁ 24, ଯାଜପୁର, ଝାରସୁଗୁଡା ଓ କଳାହାଣ୍ଡିରୁ 6ଜଣ ଲେଖାଏଁ, ଜଗତସିଂପୁରରୁ 8, ସମ୍ବଲପୁରରୁ 11ଜଣ , ପୁରୀରୁ 18 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି |
Covid-19 Report For 6th December
New Positive Cases : 368
In quarantine: 212
Local contacts: 156(Details of local contacts will be shared by concerned District Administration)
District Wise Cases:
1. Angul: 30
— I & PR Department, Odisha (@IPR_Odisha) December 7, 2020
2. Balasore: 16
3. Bargarh: 19
4. Bhadrak: 19
5. Balangir: 18
କନ୍ଧମାଳରୁ 2, ଢେଙ୍କାନାଳରୁ 4, ଗଞ୍ଜାମରୁ 6, କୋରାପୁଟରୁ 4, ବରଗଡ଼ ଓ ଭଦ୍ରକରୁ 19ଜଣ ଲେଖାଏଁ, ମାଲକାନାଗିରିରୁ 1, ଦେବଗଡରୁ 1, ନବରଙ୍ଗପୁରରୁ 5, ନୟାଗଡ଼ରୁ 5, ରାୟଗଡାରୁ 2, ଗଜପତିିରୁ 2, ସୋନପୁରରୁ 4, ବୌଦ୍ଧରୁ 1 ଏବଂ ରାଜ୍ୟ ପୁଲରୁ 10 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଅନ୍ୟ ପକ୍ଷରେ ରାଜ୍ୟରେ ବୃଦ୍ଧି ପାଇଛି କରୋନାଜନିତ ମୃତ୍ୟୁ ସଂଖ୍ୟା | ଗତ 24 ଘଣ୍ଟାରେ ରାଜ୍ୟରେ 7ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ସହିତ ରାଜ୍ୟରେ ମୋଟ 3ଲକ୍ଷ 15ହଜାର 840 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଏବଂ 3893 ଜଣ ରୋଗୀ ସକ୍ରିୟ ଅଛନ୍ତି |












Click it and Unblock the Notifications