ସ୍ଥିର ରହିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଗତ 24 ଘଣ୍ଚାରେ 230 ଜଣ ସଂକ୍ରମିତ ଚିହ୍ନଟ

ଗତ 24 ଘଣ୍ଟାରେ ରାଜ୍ୟରେ ମୋଟ 230 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ 134 ଜଣ ସଙ୍ଗରୋଧ ଗୃହରୁ ଏବଂ 96 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି ।

ଭୁବନେଶ୍ୱର : ରାଜ୍ୟରେ ଗତ କିଛି ଦିନ ହେବ ସ୍ଥିର ରହିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ପ୍ରତ୍ୟେକ ଦିନ ସଂକ୍ରମିତଙ୍କ ସଂଖ୍ୟା 250ରୁ କମ୍ ଥିବା ବେଳେ ମୃତ୍ୟୁହାର ମଧ୍ୟ କମିବାରେ ଲାଗିଛି । ସୂଚନା ଓ ଲୋକସମ୍ପର୍କ ବିଭାଗର ଟ୍ୱିଟ୍ ଅନୁସାରେ ଗତ 24 ଘଣ୍ଟାରେ ରାଜ୍ୟରେ ମୋଟ 230 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ 134 ଜଣ ସଙ୍ଗରୋଧ ଗୃହରୁ ଏବଂ 96 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ଏହାକୁ ମିଶାଇ ଆଜିସୁଦ୍ଧା ରାଜ୍ୟରେ ମୋଟ 3ଲକ୍ଷ 31ହଜାର 151 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

corona-virus

ରାଜ୍ୟର ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ 30 ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ବରଗଡ଼ରୁ 17, ଅନୁଗୁଳରୁ 24, ଖୋର୍ଦ୍ଧାରୁ 11, କେନ୍ଦୁଝରରୁ 3, ନୂଆପଡ଼ା ଓ ମୟୁରଭଞ୍ଜରୁ 11ଜଣ ଲେଖାଏଁ, ବାଲେଶ୍ୱରରୁ 10, ଯାଜପୁରରୁ 15, ସମ୍ବଲପୁରରୁ 15, କଟକରୁ 12, ବଲାଙ୍ଗୀରରୁ 18 ଜଣ, ଝାରସୁଗୁଡ଼ାରୁ 14, ପୁରୀରୁ 10, କେନ୍ଦ୍ରାପଡ଼ାରୁ 6, ଗଞ୍ଜାମରୁ 4, ଭଦ୍ରକରୁ 2, ସୋନପୁରରୁ 4, ଜଗତସିଂପୁରରୁ 5, ନୟାଗଡ଼ ଓ ବୌଦ୍ଧରୁ 2ଜଣ ଲେଖାଏଁ, ନବରଙ୍ଗପୁର, କଳାହାଣ୍ଡି, ଦେବଗଡ଼, ନୂଆପଡ଼ାରୁ ଜଣେ ଲେଖାଏଁ ଏବଂ ରାଜ୍ୟ ପୁଲରୁ 2ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଅପରପକ୍ଷରେ ଗତ 24ଘଣ୍ଟାରେ ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ସୁଦ୍ଧା ରାଜ୍ୟରେ ମୋଟ 3ଲକ୍ଷ 27ହଜାର 8 ଜଣ ସୁସ୍ଥ ହୋଇଛନ୍ତି ଏବଂ 2202 ଜଣ କରୋନା ରୋଗୀ ସକ୍ରିୟ ଅଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+