ଛ ମାସ ପରେ ଗତକାଲି ରାଜ୍ୟରେ କରୋନା ମୃତ୍ୟୁ ଶୂନ, ଗତ 24 ଘଣ୍ଟାରେ 231 କରୋନା ସଂକ୍ରମିତ ଚିହ୍ନଟ
ଛ ମାସ ପରେ ଗତକାଲି ରାଜ୍ୟରେ କୌଣସି କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇନାହିଁ । ଗତ 24 ଘଣ୍ଟାରେ ରାଜ୍ୟରେ ମୋଟ 231 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଭୁବନେଶ୍ୱର : କରୋନା ସମ୍ପର୍କରେ ରାଜ୍ୟପାଇଁ ଖୁସି ଖବର । ଛ ମାସ ପରେ ଗତକାଲି ରାଜ୍ୟରେ କୌଣସି କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇନାହିଁ । ଏଥିସହିତ ରାଜ୍ୟରେ ଗତ କିଛି ଦିନ ହେବ କ୍ରମାଗତ ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଗତ 24 ଘଣ୍ଟାରେ ରାଜ୍ୟରେ ମୋଟ 231 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ 133 ଜଣ ସଙ୍ଗରୋଧ ଗୃହରୁ ଏବଂ 98 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ଏହାକୁ ମିଶାଇ ଆଜିସୁଦ୍ଧା ରାଜ୍ୟରେ ମୋଟ 3ଲକ୍ଷ 30ହଜାର 690 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟର ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ 32 ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ବରଗଡ଼ରୁ 25, ଅନୁଗୁଳରୁ 21, ଖୋର୍ଦ୍ଧାରୁ 11, କେନ୍ଦୁଝରରୁ 9, ମୟୁରଭଞ୍ଜ ଓ ବାଲେଶ୍ୱରରୁ 8ଜଣ ଲେଖାଏଁ, ଯାଜପୁରରୁ 12, ସମ୍ବଲପୁରରୁ 14, କଟକରୁ ଓ ବଲାଙ୍ଗୀରରୁ 11 ଜଣ ଲେଖାଏଁ, ଝାରସୁଗୁଡ଼ାରୁ 15, ପୁରୀ ଓ କେନ୍ଦ୍ରାପଡ଼ାରୁ 10ଜଣ ଲେଖାଏଁ, ଗଞ୍ଜାମରୁ 4, ଭଦ୍ରକରୁ 5, କୋରାପୁଟ ଓ ଗଜପତିରୁ 3ଜଣ ଲେଖାଏଁ, ସୋନପୁର, ଦେବଗଡ଼, ଢେଙ୍କାନାଳ, ନବରଙ୍ଗପୁର, ଜଗତସିଂପୁର, ନୟାଗଡ଼ରୁ 2ଜଣ ଲେଖାଏଁ, ରାୟଗଡ଼ା, କଳାହାଣ୍ଡି, ବୌଦ୍ଧ ଓ ନୂଆପଡ଼ାରୁ ଜଣେ ଲେଖାଏଁ ଏବଂ ରାଜ୍ୟ ପୁଲରୁ 3ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
Happy to share that after over six months, there are no Covid deaths reported in the State on 5th January 2021. We salute our Covid Warriors whose tireless efforts have made this possible.
— H & FW Dept Odisha (@HFWOdisha) January 6, 2021
ଅପରପକ୍ଷରେ ଆଜି ସୁଦ୍ଧା ରାଜ୍ୟରେ ମୋଟ 3ଲକ୍ଷ 26ହଜାର 778 ଜଣ ସୁସ୍ଥ ହୋଇଥିବା ବେଳେ 2203 ଜଣ କରୋନା ରୋଗୀ ସକ୍ରିୟ ଅଛନ୍ତି ।












Click it and Unblock the Notifications