ଗତ 24 ଘଣ୍ଟାରେ ରାଜ୍ୟରେ 409 କରୋନା ଆକ୍ରାନ୍ତ ଚିହ୍ନଟ, 5ମୃତ

ଗତ 24 ଘଣ୍ଟାରେ ରାଜ୍ୟରେ 409 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସେମାନଙ୍କ ମଧ୍ୟରୁ 234 ଜଣ କ୍ୱାରେଣ୍ଟିନ୍ ସେଣ୍ଟରରୁ ଏବଂ 175 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି |

ଭୁବନେଶ୍ୱର : ଗତ 24 ଘଣ୍ଟାରେ ରାଜ୍ୟରେ 409 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସେମାନଙ୍କ ମଧ୍ୟରୁ 234 ଜଣ କ୍ୱାରେଣ୍ଟିନ୍ ସେଣ୍ଟରରୁ ଏବଂ 175 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି | ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3ଲକ୍ଷ 20 ହଜାର 803 ହୋଇଛି |

corona-virus

ସୂଚନା ଓ ଲୋକ ସମ୍ପର୍କ ବିଭାଗର ଟ୍ୱିଟ୍ ଅନୁସାରେ ସୁନ୍ଦରଗଡ଼ରୁ ସର୍ବାଧିକ 53ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସେହିପରି ଖୋର୍ଦ୍ଧାରୁ 44, ଅନୁଗୁଳରୁ 35, କଟକରୁ 34, ନୂଆପଡ଼ାରୁ 11, କେନ୍ଦୁଝରରୁ 10, କେନ୍ଦ୍ରାପଡ଼ାରୁ 16, ବଲାଙ୍ଗୀରରୁ 32, ବାଲେଶ୍ୱରରୁ9, ମୟୁରଭଞ୍ଜରୁ 25, କଳାହାଣ୍ଡିରୁ 17, ଯାଜପୁରରୁ 7, ଜଗତସିଂପୁରରୁ 15, ଝାରସୁଗୁଡା ଓ ସମ୍ବଲପୁରରୁ 11ଜଣ ଲେଖାଏଁ, ପୁରୀରୁ 14 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି |

କନ୍ଧମାଳରୁ 1, ଢେଙ୍କାନାଳରୁ 1, ଗଞ୍ଜାମରୁ 4, କୋରାପୁଟରୁ 3, ବରଗଡ଼ରୁ 22, ମାଲକାନାଗିରିରୁ 1, ଭଦ୍ରକରୁ 10, ଦେବଗଡରୁ 2, ନବରଙ୍ଗପୁରରୁ 5, ନୟାଗଡ଼ରୁ 2, ରାୟଗଡାରୁ 4, ଗଜପତିିରୁ 2, ସୋନପୁରରୁ 4, ବୌଦ୍ଧରୁ 1 ଏବଂ ରାଜ୍ୟ ପୁଲରୁ 10 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଅନ୍ୟ ପକ୍ଷରେ ରାଜ୍ୟରେ 5ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ସହିତ ରାଜ୍ୟରେ ମୋଟ 3ଲକ୍ଷ 14ହଜାର 665 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଏବଂ 4320 ଜଣ ରୋଗୀ ସକ୍ରିୟ ଅଛନ୍ତି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+