Corona Update : ଗତ 24 ଘଣ୍ଟାରେ ରାଜ୍ୟରେ 377 କରୋନା ଆକ୍ରାନ୍ତ ଚିହ୍ନଟ, 5 ମୃତ
ଗତ 24 ଘଣ୍ଟାରେ ରାଜ୍ୟରେ 377 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସେମାନଙ୍କ ମଧ୍ୟରୁ 215 ଜଣ କ୍ୱାରେଣ୍ଟିନ୍ ସେଣ୍ଟରରୁ ଏବଂ 162 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି | ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3ଲକ୍ଷ 20 ହଜାର 394 ହୋଇଛି |
ଭୁବନେଶ୍ୱର : ରାଜ୍ୟରେ ହ୍ରାସ ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା | ଗତ 24 ଘଣ୍ଟାରେ ରାଜ୍ୟରେ 377 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସେମାନଙ୍କ ମଧ୍ୟରୁ 215 ଜଣ କ୍ୱାରେଣ୍ଟିନ୍ ସେଣ୍ଟରରୁ ଏବଂ 162 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି | ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3ଲକ୍ଷ 20 ହଜାର 394 ହୋଇଛି |

ସୂଚନା ଓ ଲୋକ ସମ୍ପର୍କ ବିଭାଗର ଟ୍ୱିଟ୍ ଅନୁସାରେ ଖୋର୍ଦ୍ଧାରୁ ସର୍ବାଧିକ 56ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସେହିପରି ସୁନ୍ଦରଗଡ଼ରୁ 47, ଅନୁଗୁଳରୁ 28, କଟକରୁ 18, ନୂଆପଡ଼ାରୁ 14, କେନ୍ଦୁଝରରୁ 13, କେନ୍ଦ୍ରାପଡ଼ାରୁ 7, ବଲାଙ୍ଗୀରରୁ 2, ବାଲେଶ୍ୱରରୁ 16, ମୟୁରଭଞ୍ଜରୁ 25, କଳାହାଣ୍ଡିରୁ 7, ଯାଜପୁରରୁ 12, ଜଗତସିଂପୁରରୁ 11, ଝାରସୁଗୁଡାରୁ 8, ସମ୍ବଲପୁରରୁ 8, ପୁରୀରୁ 193 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି |
Covid-19 Report For 3rd December
New Positive Cases: 377
In quarantine: 215
Local contacts: 162(Details of local contacts will be shared by concerned District Administration)
District Wise Cases:
1. Angul: 28
— I & PR Department, Odisha (@IPR_Odisha) December 4, 2020
2. Balasore: 16
3. Bargarh: 11
4. Bhadrak: 9
5. Balangir: 2
କନ୍ଧମାଳରୁ 1, ଢେଙ୍କାନାଳରୁ 3, ଗଞ୍ଜାମରୁ 6, କୋରାପୁଟରୁ 8, ବରଗଡ଼ରୁ 11, ମାଲକାନାଗିରିରୁ 1, ଭଦ୍ରକରୁ 9, ଦେବଗଡରୁ 2, ନବରଙ୍ଗପୁରରୁ 2, ନୟାଗଡ଼ରୁ 6, ରାୟଗଡାରୁ 2, ଗଜପତିିରୁ 2, ସୋନପୁରରୁ 4, ବୌଦ୍ଧରୁ 3 ଏବଂ ରାଜ୍ୟ ପୁଲରୁ 12 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଅପରପକ୍ଷରେ ରାଜ୍ୟରେ କମୁନି କରୋନାଜନିତ ମୃତ୍ୟୁ ସଂଖ୍ୟା | ଗତ 24 ଘଣ୍ଟାରେ ରାଜ୍ୟରେ 5ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି | ଏଥି ସହିତ ରାଜ୍ୟରେ ମୋଟ 3ଲକ୍ଷ 14ହଜାର 23 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଏବଂ 4558 ଜଣ ରୋଗୀ ସକ୍ରିୟ ଅଛନ୍ତି |












Click it and Unblock the Notifications