ରାଜ୍ୟରେ ଦୁଇ ଶହ ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଗତ 24 ଘଣ୍ଟାରେ ରାଜ୍ୟରେ ମୋଟ 183 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି | ସଂକ୍ରମିତଙ୍କ ମଧ୍ୟରୁ 106 ଜଣ ସଙ୍ଗରୋଧ ଗୃହରୁ ଏବଂ 77 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି |

ଭୁବନେଶ୍ୱର : ରାଜ୍ୟରେ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା | ଗତ 24 ଘଣ୍ଟାରେ ରାଜ୍ୟରେ ମୋଟ 183 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି | ସଂକ୍ରମିତଙ୍କ ମଧ୍ୟରୁ 106 ଜଣ ସଙ୍ଗରୋଧ ଗୃହରୁ ଏବଂ 77 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି | ଏହାକୁ ମିଶାଇ ଆଜିସୁଦ୍ଧା ରାଜ୍ୟରେ ମୋଟ 3ଲକ୍ଷ 30ହଜାର 492 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି |

corona-virus

ରାଜ୍ୟର ଜିଲାରୁ ସର୍ବାଧିକ 10ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି | ସେହିପରି ଅନୁଗୁଳ ଜିଲ୍ଲାରୁ 24, ଖୋର୍ଦ୍ଧାରୁ 14, ସୁନ୍ଦରଗଡ଼ରୁ 32, ଯାଜପୁରରୁ 11, କେନ୍ଦ୍ରାପଡ଼ା, ନୂଆପଡ଼ା ଓ ସମ୍ବଲପୁରରୁ 10ଜଣ ଲେଖାଏଁ, କଟକ, ପୁରୀ, ବରଗଡ଼ ଓ ବଲାଙ୍ଗୀରରୁ 6ଜଣ ଲେଖାଏଁ, ଝାରସୁଗୁଡ଼ାରୁ 8, କଳାହାଣ୍ଡିରୁ 3, ମୟୁରଭଞ୍ଜ, ଜଗତସିଂପୁର ଓ ଗଞ୍ଜାମରୁ 5ଜଣ ଲେଖାଏଁ, ସୋନପୁର, ଗଜପତି, ଭଦ୍ରକ ଓ ବାଲେଶ୍ୱରରୁ 2 ଜଣ ଲେଖାଏଁ, ମାଲକାନାଗିରି, କେନ୍ଦୁଝର, କନ୍ଧମାଳ, ବୌଦ୍ଧ, ଦେବଗଡ଼, ଢେଙ୍କାନାଳରୁ ଜଣେ ଲେଖାଏଁ ଏବଂ ରାଜ୍ୟ ପୁଲରୁ 5ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି |

ଅପରପକ୍ଷରେ ଗତ 24 ଘଣ୍ଚାରେ ରାଜ୍ୟରେ 2 ଜଣ କରୋନା ଆକ୍ରାନ୍ତଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି | ଆଜି ସୁଦ୍ଧା ରାଜ୍ୟରେ ମୋଟ 3ଲକ୍ଷ 26ହଜାର 209 ଜଣ ସୁସ୍ଥ ହୋଇଥିବା ବେଳେ 2345 ଜଣ କରୋନା ରୋଗୀ ସକ୍ରିୟ ଅଛନ୍ତି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+