ଗତ 24 ଘଣ୍ଚାରେ 315 କରୋନା ଆକ୍ରାନ୍ତ ଚିହ୍ନଟ, 2ମୃତ

ଗତ 24 ଘଣ୍ଟାରେ ରାଜ୍ୟରେ ମୋଟ 315 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି | ସଂକ୍ରମିତଙ୍କ ମଧ୍ୟରୁ 181 ଜଣ ସଙ୍ଗରୋଧ ଗୃହରୁ ଏବଂ 134 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି |

ଭୁବନେଶ୍ୱର : ରାଜ୍ୟରେ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା | ଗତ 24 ଘଣ୍ଟାରେ ରାଜ୍ୟରେ ମୋଟ 315 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି | ସଂକ୍ରମିତଙ୍କ ମଧ୍ୟରୁ 181 ଜଣ ସଙ୍ଗରୋଧ ଗୃହରୁ ଏବଂ 134 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି | ଏହାକୁ ମିଶାଇ ଆଜିସୁଦ୍ଧା ରାଜ୍ୟରେ ମୋଟ 3ଲକ୍ଷ 29ହଜାର 621 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି |

corona-virus

ରାଜ୍ୟର କଟକ ଜି୍ଲ୍ଲାରୁ ସର୍ବାଧିକ 41 ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି | ସେହିପରି ଅନୁଗୁଳ ଜିଲ୍ଲାରୁ 20, ଖୋର୍ଦ୍ଧାରୁ 24, ସମ୍ବଲପୁରରୁ 26, ସୁନ୍ଦରଗଡ଼ରୁ 17 ମୟୁରଭଞ୍ଜରୁ 19, ଯାଜପୁରରୁ 15, କେନ୍ଦ୍ରାପଡ଼ା 10, ବାଲେଶ୍ୱରରୁ 15, ବରଗଡ଼ରୁ 14, ବଲାଙ୍ଗୀରରୁ 40, ସୋନପୁରରୁ 2, ନୂଆପଡ଼ାରୁ 26, ନୟାଗଡ଼ରୁ 4, ଝାରସୁଗୁଡ଼ା ଓ କେନ୍ଦୁଝରରୁ 7ଜଣ ଲେଖାଏଁ, କଳାହାଣ୍ଡିରୁ 2, ଜଗତସିଂପୁରରୁ 5, ମାଲକାନାଗିରି ଓ ଦେବଗଡ଼ରୁ 2ଜଣ ଲେଖାଏଁ, ନବରଙ୍ଗପୁର, କୋରାପୁଟ ଓ ଗଞ୍ଜାମରୁ 3ଜଣ ଲେଖାଏଁ, ରାୟଗଡ଼ା, ପୁରୀ, ଢେଙ୍କାନାଳ, ଭଦ୍ରକରୁ ଜଣେ ଲେଖାଏଁ ଏବଂ ରାଜ୍ୟ ପୁଲରୁ 6ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି |

ଏପରପକ୍ଷରେ ଗତ 24 ଘଣ୍ଚାରେ ରାଜ୍ୟରେ ଦୁଇ ଜଣ କରୋନା ଆକ୍ରାନ୍ତଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି | ମୃତକଙ୍କ ମଧ୍ୟରୁ ଜଣଏ ଭୁବନେଶ୍ୱରରୁ ହୋଇଥିବା ବେଳେ ଅନ୍ୟ ଜଣକ ପୁରୀ ଜିଲ୍ଲାରୁ ବୋଲି ସ୍ୱାସ୍ଥ୍ୟ ବିଭାଦ ସୂଚନା ଦେଇଛି | ଆଜି ସୁଦ୍ଧା ରାଜ୍ୟରେ ମୋଟ 3ଲକ୍ଷ 25ହଜାର 103 ଜଣ ସୁସ୍ଥ ହୋଇଥିବା ବେଳେ 2592 ଜଣ କରୋନା ରୋଗୀ ସକ୍ରିୟ ଅଛନ୍ତି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+