ଗତ 24 ଘଣ୍ଟାରେ 305 କରୋନା ଆକ୍ରାନ୍ତ ଚିହ୍ନଟ

ଗତ 24 ଘଣ୍ଟାରେ ରାଜ୍ୟରେ ମୋଟ 305 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି | ସଂକ୍ରମିତଙ୍କ ମଧ୍ୟରୁ 174 ଜଣ ସଙ୍ଗରୋଧ ଗୃହରୁ ଏବଂ 131 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି |

ଭୁବନେଶ୍ୱର : ରାଜ୍ୟରେ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା | ଗତ 24 ଘଣ୍ଟାରେ ରାଜ୍ୟରେ ମୋଟ 305 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି | ସଂକ୍ରମିତଙ୍କ ମଧ୍ୟରୁ 174 ଜଣ ସଙ୍ଗରୋଧ ଗୃହରୁ ଏବଂ 131 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି | ଏହାକୁ ମିଶାଇ ଆଜିସୁଦ୍ଧା ରାଜ୍ୟରେ ମୋଟ 3ଲକ୍ଷ 29ହଜାର 306 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି |

corona-virus
ରାଜ୍ୟର ସମ୍ବଲପୁର ଓ ସୁନ୍ଦରଗଡ଼ରୁ ସର୍ବାଧିକ 28 ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି | ସେହିପରି ଅନୁଗୁଳ ଜିଲ୍ଲାରୁ 26 , କଟକରୁ 23, ଖୋର୍ଦ୍ଧାରୁ 23, ମୟୁରଭଞ୍ଜରୁ 19, ଯାଜପୁରରୁ 16, କେନ୍ଦ୍ରାପଡ଼ା 10, ବାଲେଶ୍ୱରରୁ 14, ବରଗଡ଼ରୁ 25, ଢେଙ୍କାନାଳ ଓ ଭଦ୍ରକରୁ 2ଜଣ ଲେଖାଏଁ, ବଲାଙ୍ଗୀରରୁ 16, ରୁ 28, ବୌଦ୍ଧରୁ 3, ସୋନପୁରରୁ 3, ନୂଆପଡ଼ା ଓ ନୟାଗଡ଼ରୁ 6ଜଣ ଲେଖାଏଁ, ଝାରସୁଗୁଡ଼ାରୁ 8, କେନ୍ଦୁଝରରୁ 17, କଳାହାଣ୍ଡିରୁ 5, ଜଗତସିଂପୁରରୁ 9, ଦେବଗଡ଼ରୁ 4, ରାୟଗଡ଼ା, ପୁରୀ, ନବରଙ୍ଗପୁର, କୋରାପୁଟ, କନ୍ଧମାଳ, ଗଞ୍ଜାମରୁ ଜଣେ ଲେଖାଏଁ ଏବଂ ରାଜ୍ୟ ପୁଲରୁ 6ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି |

ଆଜି ସୁଦ୍ଧା ରାଜ୍ୟରେ ମୋଟ 3ଲକ୍ଷ 24ହଜାର 775 ଜଣ ସୁସ୍ଥ ହୋଇଥିବା ବେଳେ 2607 ଜଣ କରୋନା ରୋଗୀ ସକ୍ରିୟ ଅଛନ୍ତି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+