ରାଜ୍ୟରେ କମୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା, ଗତ 24 ଘଣ୍ଚାରେ 418 ସଂକ୍ରମିତ
ଗତ 24 ଘଣ୍ଟାରେ ରାଜ୍ୟରେ 418ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହିମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍ ସେଣ୍ଟରରୁ 241 ଏବଂ 177 ସ୍ଥାନୀୟ ସଂକ୍ରମିତ ରହିଛନ୍ତି |
ଭୁବନେଶ୍ୱର : ଲଗାତାର ଭାବରେ ରାଜ୍ୟରେ ହ୍ରାସ ପାଇବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା | ଗତ 24 ଘଣ୍ଟାରେ ରାଜ୍ୟରେ 418ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହିମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍ ସେଣ୍ଟରରୁ 241 ଏବଂ 177 ସ୍ଥାନୀୟ ସଂକ୍ରମିତ ରହିଛନ୍ତି | ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3 ଲକ୍ଷ 18 ହଜାର 725ରେ ପହଞ୍ଚିଛି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟି କରି ସୂଚନା ଦେଇଛି |

ଏହି ଟ୍ୱିଟର ସୂଚନା ଅନୁସାରେ ସୁନ୍ଦରଗଡ଼ରୁ ସର୍ବାଧିକ 41 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସେହିପରି କଟକରୁ 25, ନୂଆପଡ଼ାରୁ 23, ଖୋର୍ଦ୍ଧା ଜିଲ୍ଲାରେ 23, କେନ୍ଦୁଝର ଓ କେନ୍ଦ୍ରାପଡ଼ାରୁ 19ଜଣ ଲେଖାଏଁ, ଅନୁଗୁଳରୁ 34, ବଲାଙ୍ଗୀରରୁ 15, ବାଲେଶ୍ୱରରୁ 19, ମୟୁରଭଞ୍ଜରୁ 32, କଳାହାଣ୍ଡିରୁ 13, ଯାଜପୁରରୁ 20, ଜଗତସିଂପୁରରୁ 16, ଝାରସୁଗୁଡାରୁ 14, ସମ୍ବଲପୁରରୁ 17, ପୁରୀରୁ 13 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି |
Covid-19 Report For 29th November
New Positive Cases : 418
In quarantine: 241
Local contacts: 177(Details of local contacts will be shared by concerned District Administration)
District Wise Cases:
1. Angul: 34
— I & PR Department, Odisha (@IPR_Odisha) November 30, 2020
2. Balasore: 19
3. Bargarh: 7
4. Bhadrak: 4
5. Balangir: 15
କନ୍ଧମାଳରୁ 2, ଢେଙ୍କାନାଳରୁ7, ଗଞ୍ଜାମରୁ 7, କୋରାପୁଟରୁ 9, ବରଗଡ଼ରୁ 7, ମାଲକାନାଗିରିରୁ 3, ଭଦ୍ରକରୁ 4, ଦେବଗଡରୁ 2, ନବରଙ୍ଗପୁରରୁ 3, ନୟାଗଡ଼ରୁ 7, ରାୟଗଡାରୁ 17, ଗଜପତିିରୁ 2, ସୋନପୁରରୁ 4, ବୌଦ୍ଧରୁ 2 ଏବଂ ରାଜ୍ୟ ପୁଲରୁ 5 ଜଣ କରୋନା ଆକ୍ରାନ୍ତ ଟିହ୍ନଟ ହୋଇଛନ୍ତି | ଅପରପକ୍ଷରେ ଗତ 24 ଘଣ୍ଟାରେ ରାଜ୍ୟରେ 5ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି |
ରାଜ୍ୟର 3ଲକ୍ଷ 11 ହଜାର 256 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ବର୍ତ୍ତମାନ ଓଡ଼ିଶାରେ 5ହଜାର 677 ଜଣ କରୋନା ରୋଗୀ ସକ୍ରିୟ ଅଛନ୍ତି |












Click it and Unblock the Notifications