Corona Update : ଗତ 24 ଘଣ୍ଟାରେ ରାଜ୍ୟରେ 434 କରୋନା ଆକ୍ରାନ୍ତ ଚିହ୍ନଟ, 5 ମୃତ

ଗତ 24 ଘଣ୍ଟାରେ ରାଜ୍ୟରେ 434 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସେମାନଙ୍କ ମଧ୍ୟରୁ 249 ଜଣ କ୍ୱାରେଣ୍ଟିନ୍ ସେଣ୍ଟରରୁ ଏବଂ 185 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି | ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3ଲକ୍ଷ 20 ହଜାର 17 ହୋଇଛି |

ଭୁବନେଶ୍ୱର : ଗତ 24 ଘଣ୍ଟାରେ ରାଜ୍ୟରେ 434 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସେମାନଙ୍କ ମଧ୍ୟରୁ 249 ଜଣ କ୍ୱାରେଣ୍ଟିନ୍ ସେଣ୍ଟରରୁ ଏବଂ 185 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି | ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3ଲକ୍ଷ 20 ହଜାର 17 ହୋଇଛି |

corona-virus

ସୂଚନା ଓ ଲୋକ ସମ୍ପର୍କ ବିଭାଗର ଟ୍ୱିଟ୍ ଅନୁସାରେ ଅନୁଗୁଳରୁ ସର୍ବାଧିକ 45 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସେହିପରି ସୁନ୍ଦରଗଡ଼ରୁ 41, କଟକରୁ 28, ନୂଆପଡ଼ାରୁ 30, ଖୋର୍ଦ୍ଧାରୁ 54, କେନ୍ଦୁଝରରୁ 25, କେନ୍ଦ୍ରାପଡ଼ାରୁ 17, ବଲାଙ୍ଗୀରରୁ 29, ବାଲେଶ୍ୱରରୁ 10, ମୟୁରଭଞ୍ଜରୁ 27, କଳାହାଣ୍ଡିରୁ 8, ଯାଜପୁରରୁ 16, ଜଗତସିଂପୁରରୁ 9, ଝାରସୁଗୁଡାରୁ 7, ସମ୍ବଲପୁରରୁ 8, ପୁରୀରୁ 19 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି |

କନ୍ଧମାଳରୁ 11, ଢେଙ୍କାନାଳରୁ 2, ଗଞ୍ଜାମରୁ 9, କୋରାପୁଟରୁ 6, ବରଗଡ଼ରୁ 23, ମାଲକାନାଗିରିରୁ 2, ଭଦ୍ରକରୁ 8, ଦେବଗଡରୁ 1, ନବରଙ୍ଗପୁରରୁ 2, ନୟାଗଡ଼ରୁ 1, ରାୟଗଡାରୁ 1, ଗଜପତିିରୁ 2, ସୋନପୁରରୁ 1, ବୌଦ୍ଧରୁ 3 ଏବଂ ରାଜ୍ୟ ପୁଲରୁ 11 ଜଣ କରୋନା ଆକ୍ରାନ୍ତ ଟିହ୍ନଟ ହୋଇଛନ୍ତି | ଅପରପକ୍ଷରେ ଗତ 24 ଘଣ୍ଟାରେ ରାଜ୍ୟରେ 5ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି | ଏଥି ସହିତ ରାଜ୍ୟରେ ମୋଟ 3ଲକ୍ଷ 13ହଜାର 394 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଏବଂ 4815 ଜଣ ରୋଗୀ ସକ୍ରିୟ ଅଛନ୍ତି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+