ଗତ 24 ଘଣ୍ଟାରେ ରାଜ୍ୟରେ 263 କରୋନା ଆକ୍ରାନ୍ତ ଚିହ୍ନଟ
ଗତ 24 ଘଣ୍ଟାରେ ରାଜ୍ୟରେ ମୋଟ 263 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି | ସଂକ୍ରମିତଙ୍କ ମଧ୍ୟରୁ 151 ଜଣ ସଙ୍ଗରୋଧ ଗୃହରୁ ଏବଂ 112 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି |
ଭୁବନେଶ୍ୱର : ରାଜ୍ୟରେ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା | ଗତ 24 ଘଣ୍ଟାରେ ରାଜ୍ୟରେ ମୋଟ 263 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି | ସଂକ୍ରମିତଙ୍କ ମଧ୍ୟରୁ 151 ଜଣ ସଙ୍ଗରୋଧ ଗୃହରୁ ଏବଂ 112 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି | ଏହାକୁ ମିଶାଇ ଆଜିସୁଦ୍ଧା ରାଜ୍ୟରେ ମୋଟ 3ଲକ୍ଷ 29ହଜାର 001 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି |

ରାଜ୍ୟର ଅନୁଗୁଳ ଜିଲ୍ଲାରୁ ସର୍ବାଧିକ 20 ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି | ସେହିପରି ସୁନ୍ଦରଗଡ଼ରୁ 32, କଟକରୁ 7, ଖୋର୍ଦ୍ଧାରୁ 19, ମୟୁରଭଞ୍ଜରୁ 10, ଯାଜପୁରରୁ 8, କେନ୍ଦ୍ରାପଡ଼ା 10, ବାଲେଶ୍ୱରରୁ 19, ବରଗଡ଼ରୁ 23, ଭଦ୍ରକରୁ 2, ବଲାଙ୍ଗୀରରୁ 22, ସମ୍ବଲପୁରରୁ 20, ବୌଦ୍ଧ, ସୋନପୁର, ନୂଆପଡ଼ା ଓ ନୟାଗଡ଼ରୁ 5ଜଣ ଲେଖାଏଁ, ଝାରସୁଗୁଡ଼ାରୁ 15, ଗଞ୍ଜାମରୁ 4, କେନ୍ଦୁଝରରୁ 7, କଳାହାଣ୍ଡିରୁ 11, ପୁରୀ, ନବରଙ୍ଗପୁର ଓ ଜଗତସିଂପୁରରୁ 2ଜଣ ଲେଖାଏଁ, ରାୟଗଡ଼ା, ଦେବଗଡ଼ ଓ ମାଲକାନାଗିରିରୁ ଜଣେ ଲେଖାଏଁ, ରାଜ୍ୟ ପୁଲରୁ 5ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି |
Covid-19 Report For 28th December
New Positive Case: 263
In quarantine: 151
Local contacts: 112(Details of local contacts will be shared by concerned District Administration)
District Wise Cases:
1. Angul: 20
— I & PR Department, Odisha (@IPR_Odisha) December 29, 2020
2. Balasore: 19
3. Bargarh: 23
4. Bhadrak: 2
5. Balangir: 22
ଆଜି ସୁଦ୍ଧା ରାଜ୍ୟରେ ମୋଟ 3ଲକ୍ଷ 24ହଜାର 392 ଜଣ ସୁସ୍ଥ ହୋଇଥିବା ବେଳେ 2688 ଜଣ କରୋନା ରୋଗୀ ସକ୍ରିୟ ଅଛନ୍ତି |












Click it and Unblock the Notifications