250 ତଳକୁ ଖସିଲା ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା

ଗତ 24 ଘଣ୍ଟାରେ ରାଜ୍ୟରେ ମୋଟ 234 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି | ସଂକ୍ରମିତଙ୍କ ମଧ୍ୟରୁ 136 ଜଣ ସଙ୍ଗରୋଧ ଗୃହରୁ ଏବଂ 98 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି |

ଭୁବନେଶ୍ୱର : ରାଜ୍ୟରେ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା | ଗତ 24 ଘଣ୍ଟାରେ ରାଜ୍ୟରେ ମୋଟ 234 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି | ସଂକ୍ରମିତଙ୍କ ମଧ୍ୟରୁ 136 ଜଣ ସଙ୍ଗରୋଧ ଗୃହରୁ ଏବଂ 98 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି | ଏହାକୁ ମିଶାଇ ଆଜିସୁଦ୍ଧା ରାଜ୍ୟରେ ମୋଟ 3ଲକ୍ଷ 28ହଜାର 738 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି |

corona-virus

ରାଜ୍ୟର ଅନୁଗୁଳ ଜିଲ୍ଲାରୁ ସର୍ବାଧିକ 36 ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି | ସେହିପରି ସୁନ୍ଦରଗଡ଼ରୁ 28, କଟକରୁ 12, ଖୋର୍ଦ୍ଧାରୁ 25, ମୟୁରଭଞ୍ଜରୁ 17, ନୂଆପଡ଼ାରୁ 4, ଯାଜପୁରରୁ 16, କେନ୍ଦ୍ରାପଡ଼ା 10, ବାଲେଶ୍ୱରରୁ 10, ବରଗଡ଼ରୁ 3, ଭଦ୍ରକରୁ 2, ବଲାଙ୍ଗୀରରୁ 10, ସମ୍ବଲପୁରରୁ 9, ସୋନପୁର, କୋରାପୁଟ, କନ୍ଧମାଳ ଓ ମାଲକାନାଗିରିରୁ ଜଣେ ଲେଖାଏଁ, ନୟାଗଡ଼ରୁ 5, ଦେବଗଡ଼ 3, ଝାରସୁଗୁଡ଼ାରୁ 15, ଗଞ୍ଜାମରୁ 4, କେନ୍ଦୁଝରରୁ 8, କଳାହାଣ୍ଡିରୁ 2, ଜଗତସିଂପୁରରୁ 5, ରାଜ୍ୟ ପୁଲରୁ 6ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି |

ଅନ୍ୟ ପକ୍ଷରେ ରାଜ୍ୟରେ ଗତ 24 ଘଣ୍ଟାରେ 3ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି | ବର୍ତ୍ତମାନ ରାଜ୍ୟରେ ମୋଟ 3ଲକ୍ଷ 24ହଜାର 068 ଜଣ ସୁସ୍ଥ ହୋଇଥିବା ବେଳେ 2753 ଜଣ କରୋନା ରୋଗୀ ସକ୍ରିୟ ଅଛନ୍ତି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+