ରାଜ୍ୟରେ ଗତ 24 ଘଣ୍ଟାରେ 334 କରୋନା ଆକ୍ରାନ୍ତ ଚିହ୍ନଟ

ଗତ 24 ଘଣ୍ଟାରେ ରାଜ୍ୟରେ ମୋଟ 334 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି | ସଂକ୍ରମିତଙ୍କ ମଧ୍ୟରୁ 194 ଜଣ ସଙ୍ଗରୋଧ ଗୃହରୁ ଏବଂ 140 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି |

ଭୁବନେଶ୍ୱର : ରାଜ୍ୟରେ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା | ଗତ 24 ଘଣ୍ଟାରେ ରାଜ୍ୟରେ ମୋଟ 334 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି | ସଂକ୍ରମିତଙ୍କ ମଧ୍ୟରୁ 194 ଜଣ ସଙ୍ଗରୋଧ ଗୃହରୁ ଏବଂ 140 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି | ଏହାକୁ ମିଶାଇ ଆଜିସୁଦ୍ଧା ରାଜ୍ୟରେ ମୋଟ 3ଲକ୍ଷ 28ହଜାର 201 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି |

corona-virus

ରାଜ୍ୟର ଅନୁଗୁଳ ଜିଲ୍ଲାରୁ ସର୍ବାଧିକ 23 ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି | ସେହିପରି ସୁନ୍ଦରଗଡ଼ରୁ 40, କଟକରୁ 26, ଖୋର୍ଦ୍ଧାରୁ 30, ମୟୁରଭଞ୍ଜରୁ 20, ନୂଆପଡ଼ାରୁ 13, ଯାଜପୁରରୁ 13, କେନ୍ଦ୍ରାପଡ଼ା 16, ବାଲେଶ୍ୱରରୁ 18, ବରଗଡ଼ ଓ ଭଦ୍ରକରୁ 10ଜଣ ଲେଖାଏଁ, ରାୟଗଡ଼ାରୁ 9, ବଲାଙ୍ଗୀରରୁ 27, ସମ୍ବଲପୁରରୁ 30, ସୋନପୁର, ପୁରୀ, କୋରାପୁଟ, କନ୍ଧମାଳ, ନୟାଗଡ଼ ଓ ଦେବଗଡ଼, ଢେଙ୍କାନାଳ ଓ ଗଜପତିରୁ ଜଣେ ଲେଖାଏଁ, ଝାରସୁଗୁଡ଼ାରୁ 14, ଗଞ୍ଜାମରୁ 5, କେନ୍ଦୁଝର ଓ କଳାହାଣ୍ଡିରୁ 5ଜଣ ଲେଖାଏଁ, ବୌଦ୍ଧରୁ 2ଜଣ, ଜଗତସିଂପୁରରୁ 3, ରାଜ୍ୟ ପୁଲରୁ 7ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି |


ଅନ୍ୟ ପକ୍ଷରେ ରାଜ୍ୟରେ ଗତ 24 ଘଣ୍ଟାରେ 4ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି | ବର୍ତ୍ତମାନ ରାଜ୍ୟରେ ମୋଟ 3ଲକ୍ଷ 23ହଜାର 378 ଜଣ ସୁସ୍ଥ ହୋଇଥିବା ବେଳେ 2913 ଜଣ କରୋନା ରୋଗୀ ସକ୍ରିୟ ଅଛନ୍ତି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+