ରାଜ୍ୟରେ ଗତ 24 ଘଣ୍ଟାରେ 325 କରୋନା ଆକ୍ରାନ୍ତ ଚିହ୍ନଟ
ଗତ 24 ଘଣ୍ଟାରେ ରାଜ୍ୟରେ ମୋଟ 325 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି | ସଂକ୍ରମିତଙ୍କ ମଧ୍ୟରୁ 187 ଜଣ ସଙ୍ଗରୋଧ ଗୃହରୁ ଏବଂ 138 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି |
ଭୁବନେଶ୍ୱର : ରାଜ୍ୟରେ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା | ଗତ 24 ଘଣ୍ଟାରେ ରାଜ୍ୟରେ ମୋଟ 325 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି | ସଂକ୍ରମିତଙ୍କ ମଧ୍ୟରୁ 187 ଜଣ ସଙ୍ଗରୋଧ ଗୃହରୁ ଏବଂ 138 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି | ଏହାକୁ ମିଶାଇ ଆଜିସୁଦ୍ଧା ରାଜ୍ୟରେ ମୋଟ 3ଲକ୍ଷ 27ହଜାର 867 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି |

ରାଜ୍ୟର ଅନୁଗୁଳ ଜିଲ୍ଲାରୁ ସର୍ବାଧିକ 32 ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି | ସେହିପରି ସୁନ୍ଦରଗଡ଼ରୁ 33, କଟକରୁ 19, ଖୋର୍ଦ୍ଧାରୁ 36, ମୟୁରଭଞ୍ଜରୁ 18, ନୂଆପଡ଼ାରୁ 18, ପୁରୀରୁ 4, ଯାଜପୁରରୁ 17, କେନ୍ଦ୍ରାପଡ଼ା 10, ବାଲେଶ୍ୱରରୁ 28, ବରଗଡ଼ରୁ 18, ଭଦ୍ରକରୁ 4, ବଲାଙ୍ଗୀରରୁ 12, ସମ୍ବଲପୁରରୁ 21, ନୟାଗଡ଼ ଓ ଦେବଗଡ଼ରୁ 4ଜଣ ଲେଖାଏଁ, ଝାରସୁଗୁଡ଼ାରୁ 11, ଗଞ୍ଜାମରୁ 5, ସୋନପୁର ଓ ନବରଙ୍ଗପୁରରୁ 2ଜଣ ଲେଖାଏଁ, କଳାହାଣ୍ଡିରୁ 5, କେନ୍ଦୁଝରରୁ 11, ଜଗତସିଂପୁର ଓ ଢେଙ୍କାନାଳରୁ ଜଣେ ଲେଖାଏଁ, ରାଜ୍ୟ ପୁଲରୁ 9ଜଣ କରୋନା ପଡିଟିଭ୍ ଚିହ୍ନଟ ହୋଇଛନ୍ତି |
Covid-19 Report For 24th December
New Positive Cases: 325
In quarantine: 187
Local contacts: 138(Details of local contacts will be shared by concerned District Administration)
District Wise Cases:
1. Angul: 32
— I & PR Department, Odisha (@IPR_Odisha) December 25, 2020
2. Balasore: 28
3. Bargarh: 18
4. Bhadrak: 4
5. Balangir: 12
ଅନ୍ୟ ପକ୍ଷରେ ରାଜ୍ୟରେ ଗତ 24 ଘଣ୍ଟାରେ 3ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି | ବର୍ତ୍ତମାନ ରାଜ୍ୟରେ ମୋଟ 3ଲକ୍ଷ 22ହଜାର 972 ଜଣ ସୁସ୍ଥ ହୋଇଥିବା ବେଳେ 2989 ଜଣ କରୋନା ରୋଗୀ ସକ୍ରିୟ ଅଛନ୍ତି |












Click it and Unblock the Notifications