ଗତ 24 ଘଣ୍ଟାରେ ରାଜ୍ୟରେ 730 ଜଣ କରୋନା ଆକ୍ରାନ୍ତ ଚିହ୍ନଟ, 16 ମୃତ

ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 730 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଆକ୍ରାନ୍ତଙ୍କ ମଧ୍ୟରୁ 419 ଜଣ ସଙ୍ଗରୋଧ କେନ୍ଦ୍ରରୁ ଥିବାବେଳେ 311 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି | ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 3ଲକ୍ଷ 16 ହଜାର 1ରେ ପହଞ୍ଚିଛି |

ଭୁବନେଶ୍ୱର : ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 730 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଆକ୍ରାନ୍ତଙ୍କ ମଧ୍ୟରୁ 419 ଜଣ ସଙ୍ଗରୋଧ କେନ୍ଦ୍ରରୁ ଥିବାବେଳେ 311 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି | ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 3ଲକ୍ଷ 16 ହଜାର 1ରେ ପହଞ୍ଚିଛି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି |

corona-virus

ଏହି ଟ୍ୱିଟର ସୂଚନା ଅନୁସାରେ ମୟୁରଭଞ୍ଜରୁ ସର୍ବାଧିକ 68 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସେହିପରି ନୂଆପଡ଼ାରୁ 46, ଖୋର୍ଦ୍ଧା ଜିଲ୍ଲାରେ 65, କେନ୍ଦୁଝରରୁ 40, ଅନୁଗୁଳରୁ 44, ସୁନ୍ଦରଗଡ଼ରୁ 57, , କଟକରୁ 49, କଳାହାଣ୍ଡିରୁ 33, ପୁରୀରୁ 29, ଯାଜପୁର ଓ ଝାରସୁଗୁଡାରୁ 25ଜଣ ଲେଖାଏଁ, ସମ୍ବଲପୁରରୁ9, ପୁରୀରୁ 17, କେନ୍ଦ୍ରାପଡ଼ାରୁ 14, ବରଗଡ଼ରୁ 40, ଭଦ୍ରକରୁ 7, ବାଲେଶ୍ୱରରୁ 53, ଜଗତସିଂପୁରରୁ 24, କୋରାପୁଟରୁ 5, ମାଲକାନାଗିରିରୁ 3, ନବରଙ୍ଗପୁରରୁ 7 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି |

କନ୍ଧମାଳରୁ 1, ଢେଙ୍କାନାଳରୁ 7, ଗଞ୍ଜାମରୁ 12, ଦେବଗଡରୁ 4, , ନୟାଗଡ଼ରୁ 8, ରାୟଗଡାରୁ 8, ଗଜପତିିରୁ 4, ସୋନପୁରରୁ 9, ବୌଦ୍ଧରୁ 1 ଏବଂ ରାଜ୍ୟ ପୁଲରୁ 12 ଜଣ କରୋନା ଆକ୍ରାନ୍ତ ଟିହ୍ନଟ ହୋଇଛନ୍ତି | ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3 ଲକ୍ଷ 11 ହଜାର 788ରେ ପହଞ୍ଚିଛି |

ଅପରପକ୍ଷରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା କମୁନାହିଁ | ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଆଜି 16 ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି | ରାଜ୍ୟର 3ଲକ୍ଷ 7ହଜାର 374 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ବର୍ତ୍ତମାନ ଓଡ଼ିଶାରେ 6ହଜାର 887 ଜଣ କରୋନା ରୋଗୀ ସକ୍ରିୟ ଅଛନ୍ତି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+