ରାଜ୍ୟରେ ହ୍ରାସ ପାଇଲା କରୋନା ସଂକ୍ରମିତଙ୍କ ସଂଖ୍ୟା ; ଆଠ ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ଶୂନ

ଗତ 24 ଘଣ୍ଟାରେ ରାଜ୍ୟରେ ମୋଟ 263 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଠଟି ଜିଲ୍ଲାରେ କେହି ଜଣେ ମଧ୍ୟ ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି |

ଭୁବନେଶ୍ୱର : ରାଜ୍ୟରେ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା | ଗତ 24 ଘଣ୍ଟାରେ ରାଜ୍ୟରେ ମୋଟ 263 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଠଟି ଜିଲ୍ଲାରେ କେହି ଜଣେ ମଧ୍ୟ ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି | ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ 151 ଜଣ ସଙ୍ଗରୋଧ ଗୃହରୁ ଏବଂ 112 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି | ଏହାକୁ ମିଶାଇ ଆଜିସୁଦ୍ଧା ରାଜ୍ୟରେ ମୋଟ 3ଲକ୍ଷ 27ହଜାର 542 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି |

corona-virus

ରାଜ୍ୟର ଅନୁଗୁଳ ଜିଲ୍ଲାରୁ ସର୍ବାଧିକ 45 ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି | ସେହିପରି ସୁନ୍ଦରଗଡ଼ରୁ 41, କଟକରୁ 29, ଖୋର୍ଦ୍ଧାରୁ 15, ମୟୁରଭଞ୍ଜରୁ 19, ନୂଆପଡ଼ାରୁ 11, ପୁରୀରୁ 16, ଯାଜପୁରରୁ 13, କେନ୍ଦ୍ରାପଡ଼ା ଓ ବାଲେଶ୍ୱରରୁ 14ଜଣ ଲେଖାଏଁ, ବରଗଡ଼ରୁ 3, ଭଦ୍ରକରୁ 7, ବଲାଙ୍ଗୀରରୁ 4, ସମ୍ବଲପୁର ଓ ଦେବଗଡ଼ରୁ 4ଜଣ ଲେଖାଏଁ, ରାୟଗଡ଼ା, ଝାରସୁଗୁଡ଼ା ଓ ଗଞ୍ଜାମରୁ 2ଜଣ ଲେଖାଏଁ, ନବରଙ୍ଗପୁର, ଜଗତସିଂପୁରରୁ ଜଣେ ଲେଖାଏଁ, କଳାହାଣ୍ଡିରୁ 5, କେନ୍ଦୁଝରରୁ 8 ଏବଂ ରାଜ୍ୟ ପୁଲରୁ 3ଜଣ କରୋନା ପଡିଟିଭ୍ ଚିହ୍ନଟ ହୋଇଛନ୍ତି |

ଅନ୍ୟ ପକ୍ଷରେ ରାଜ୍ୟରେ ଗତ 24 ଘଣ୍ଟାରେ 4ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି | ବର୍ତ୍ତମାନ ରାଜ୍ୟରେ ମୋଟ 3ଲକ୍ଷ 22ହଜାର 648 ଜଣ ସୁସ୍ଥ ହୋଇଥିବା ବେଳେ 2991 ଜଣ କରୋନା ରୋଗୀ ସକ୍ରିୟ ଅଛନ୍ତି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+