ରାଜ୍ୟରେ 642 କରୋନା ଆକ୍ରାନ୍ତ ଚିହ୍ନଟ, 14 ମୃତ
ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 642 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଆକ୍ରାନ୍ତଙ୍କ ମଧ୍ୟରୁ 374 ଜଣ ସଙ୍ଗରୋଧ କେନ୍ଦ୍ରରୁ ଥିବାବେଳେ 268 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି |
ଭୁବନେଶ୍ୱର : ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 642 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଆକ୍ରାନ୍ତଙ୍କ ମଧ୍ୟରୁ 374 ଜଣ ସଙ୍ଗରୋଧ କେନ୍ଦ୍ରରୁ ଥିବାବେଳେ 268 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି | ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 3ଲକ୍ଷ 15 ହଜାର 271ରେ ପହଞ୍ଚିଛି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି |
Covid-19 Report For 23rd November
New Positive Cases : 642
In quarantine: 374
Local contacts: 268(Details of local contacts will be shared by concerned District Administration)
District Wise Cases:
1. Angul: 46
— I & PR Department, Odisha (@IPR_Odisha) November 24, 2020
2. Balasore: 25
3. Bargarh: 15
4. Bhadrak: 20
5. Balangir: 16
ଏହି ଟ୍ୱିଟର ସୂଚନା ଅନୁସାରେ ସର୍ବାଧିକ କେନ୍ଦୁଝରରୁ 70 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସେହିପରି ନୂଆପଡ଼ାରୁ 69, ଖୋର୍ଦ୍ଧା ଜିଲ୍ଲାରେ 62, , ସୁନ୍ଦରଗଡ଼ରୁ 66, ମୟୁରଭଞ୍ଜରୁ 41, କଟକରୁ 26, ସମ୍ବଲପୁରରୁ 19, ପୁରୀରୁ 17, କେନ୍ଦ୍ରାପଡ଼ାରୁ 16 ବରଗଡ଼ରୁ 15, ଭଦ୍ରକରୁ 20, ବାଲେଶ୍ୱରରୁ 25, ଜଗତସିଂପୁରରୁ 18, କୋରାପୁଟରୁ 10, ମାଲକାନାଗିରିରୁ 4, ନବରଙ୍ଗପୁରରୁ 4 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି |

କନ୍ଧମାଳରୁ 3, ଝାରସୁଗୁଡାରୁ 21, ଢେଙ୍କାନାଳରୁ 16, ଗଞ୍ଜାମରୁ 6, ଦେବଗଡରୁ 4, , ନୟାଗଡ଼ରୁ2, ରାୟଗଡାରୁ 5, ଗଜପତିି ଓ ସୋନପୁରରୁ 2ଜଣ ଲେଖାଏଁ, ବୌଦ୍ଧରୁ 3 ଜଣ ଏବଂ ରାଜ୍ୟ ପୁଲରୁ 12 ଜଣ କରୋନା ଆକ୍ରାନ୍ତ ଟିହ୍ନଟ ହୋଇଛନ୍ତି | ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3 ଲକ୍ଷ 11 ହଜାର 788ରେ ପହଞ୍ଚିଛି |
Regret to inform the demise of fourteen numbers of #COVID19 positive patients while under treatment in hospitals.
— H & FW Dept Odisha (@HFWOdisha) November 24, 2020
1.A 28-year-old male of Angul district.
2.A 34-year-old female of Bhubaneswar.
ଅପରପକ୍ଷରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା କମୁନାହିଁ | ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଆଜି 14 ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି | ରାଜ୍ୟର 3ଲକ୍ଷ 6ହଜାର 726 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ବର୍ତ୍ତମାନ ଓଡ଼ିଶାରେ 6ହଜାର 821 ଜଣ କରୋନା ରୋଗୀ ସକ୍ରିୟ ଅଛନ୍ତି |












Click it and Unblock the Notifications