ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 668 ଜଣ କରୋନା ଆକ୍ରାନ୍ତ ଚିହ୍ନଟ
ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 668 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଆକ୍ରାନ୍ତଙ୍କ ମଧ୍ୟରୁ 385 ଜଣ ସଙ୍ଗରୋଧ କେନ୍ଦ୍ରରୁ ଥିବାବେଳେ 283 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି | ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 3ଲକ୍ଷ 14 ହଜାର 629ରେ ପହଞ୍ଚିଛି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି |
ଭୁବନେଶ୍ୱର : ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 668 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଆକ୍ରାନ୍ତଙ୍କ ମଧ୍ୟରୁ 385 ଜଣ ସଙ୍ଗରୋଧ କେନ୍ଦ୍ରରୁ ଥିବାବେଳେ 283 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି | ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 3ଲକ୍ଷ 14 ହଜାର 629ରେ ପହଞ୍ଚିଛି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି |
Covid-19 Report For 22nd November
New positive Cases: 668
In quarantine: 385
Local contacts: 283(Details of local contacts will be shared by concerned District Administration)
District Wise Cases:
1. Angul: 46
— I & PR Department, Odisha (@IPR_Odisha) November 23, 2020
2. Balasore: 38
3. Bargarh: 18
4. Bhadrak: 15
5. Balangir: 28
ଏହି ଟ୍ୱିଟର ସୂଚନା ଅନୁସାରେ ନୂଆପଡ଼ାରୁ ସର୍ବାଧିକ 68 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସେହିପରି ଖୋର୍ଦ୍ଧା ଜିଲ୍ଲାରେ 56, ସୁନ୍ଦରଗଡ଼ରୁ 55, ମୟୁରଭଞ୍ଜରୁ 50, କଟକରୁ 37, କେନ୍ଦ୍ରାପଡ଼ାରୁ 21, ଯାଜପୁରରୁ 18, କଳାହାଣ୍ଡିରୁ 11, କେନ୍ଦୁଝରରୁ 38, ବଲାଙ୍ଗୀରରୁ 28, ଅନୁଗୁଳରୁ 46, ପୁରୀରୁ 23, ସମ୍ବଲପୁରରୁ 25, ବରଗଡ଼ରୁ 18, ଭଦ୍ରକରୁ 15, ବାଲେଶ୍ୱରରୁ 38, ଜଗତସିଂପୁରରୁ 25, କୋରାପୁଟ ରୁ 9, ମାଲକାନାଗିରିରୁ 8, ନବରଙ୍ଗପୁରରୁ 9 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି |

କନ୍ଧମାଳରୁ 3, ଝାରସୁଗୁଡାରୁ 23, ଢେଙ୍କାନାଳରୁ 6, ଗଞ୍ଜାମରୁ 12, ଦେବଗଡରୁ 2, , ନୟାଗଡ଼ରୁ 8, ରାୟଗଡାରୁ 2, ଗଜପତିିରୁ 4, ବୌଦ୍ଧରୁ7 ଜଣ ଏବଂ ରାଜ୍ୟ ପୁଲରୁ 12 ଜଣ କରୋନା ଆକ୍ରାନ୍ତ ଟିହ୍ନଟ ହୋଇଛନ୍ତି | ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3 ଲକ୍ଷ 11 ହଜାର 788ରେ ପହଞ୍ଚିଛି |
ଅପରପକ୍ଷରେ ରାଜ୍ୟର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଆଜି 17 ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି | ରାଜ୍ୟର 3ଲକ୍ଷ 5ହଜାର 813ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ବର୍ତ୍ତମାନ ଓଡ଼ିଶାରେ 7ହଜାର 106 ଜଣ କରୋନା ରୋଗୀ ସକ୍ରିୟ ଅଛନ୍ତି |












Click it and Unblock the Notifications