ଗତ 24 ଘଣ୍ଟାରେ 638 ଜଣ କରୋନା ସଂକ୍ରମିତ ଚିହ୍ନଟ
ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 638 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଆକ୍ରାନ୍ତଙ୍କ ମଧ୍ୟରୁ 373 ଜଣ ସଙ୍ଗରୋଧ କେନ୍ଦ୍ରରୁ ଥିବାବେଳେ 265 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି |
ରାଜ୍ୟରେ ହ୍ରାସ ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା | ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 638 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଆକ୍ରାନ୍ତଙ୍କ ମଧ୍ୟରୁ 373 ଜଣ ସଙ୍ଗରୋଧ କେନ୍ଦ୍ରରୁ ଥିବାବେଳେ 265 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି | ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 3ଲକ୍ଷ 13 ହଜାର 961ରେ ପହଞ୍ଚିଛି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି |
Covid-19 Report For 21st November
New positive Cases: 638
In quarantine: 373
Local contacts: 265(Details of local contacts will be shared by concerned District Administration)
District Wise Cases:
1. Angul: 40
— I & PR Department, Odisha (@IPR_Odisha) November 22, 2020
2. Balasore: 21
3. Bargarh: 27
4. Bhadrak: 7
5. Balangir: 23
ଏହି ଟ୍ୱିଟର ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ 70 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସେହିପରି ସୁନ୍ଦରଗଡ଼ରୁ 46, ମୟୁରଭଞ୍ଜରୁ 65, କଟକରୁ 39, କେନ୍ଦ୍ରାପଡ଼ାରୁ 33, ଯାଜପୁରରୁ 29, କଳାହାଣ୍ଡିରୁ 21, କେନ୍ଦୁଝରରୁ 31, ବଲାଙ୍ଗୀରରୁ 23, ଅନୁଗୁଳରୁ 40, ପୁରୀରୁ 9, ସମ୍ବଲପୁର, ବରଗଡ଼ରୁ 27, ଭଦ୍ରକରୁ 7, ବାଲେଶ୍ୱରରୁ 21, ଜଗତସିଂପୁରରୁ 50, କୋରାପୁଟ ରୁ 9, ମାଲକାନାଗିରିରୁ 4, ନବରଙ୍ଗପୁରରୁ 13 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି |

କନ୍ଧମାଳରୁ 3, ଝାରସୁଗୁଡାରୁ 23, ଢେଙ୍କାନାଳରୁ 11, ଗଞ୍ଜାମରୁ 8, ଦେବଗଡରୁ 5, ନୂଆପଡ଼ାରୁ 4, ନୟାଗଡ଼ରୁ 5, ସୋନପୁର ଓ ରୁ ରାୟଗଡାରୁ ଜଣେ ଲେଖାଏଁ, ଗଜପତିିରୁ 3, ବୌଦ୍ଧରୁ 4 ଜଣ ଏବଂ ରାଜ୍ୟ ପୁଲରୁ 13 ଜଣ କରୋନା ଆକ୍ରାନ୍ତ ଟିହ୍ନଟ ହୋଇଛନ୍ତି | ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3 ଲକ୍ଷ 11 ହଜାର 788ରେ ପହଞ୍ଚିଛି |
ଅପରପକ୍ଷରେ ରାଜ୍ୟର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଆଜି 15 ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି | ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା 1640 ହୋଇଛି | ରାଜ୍ୟର 3ଲକ୍ଷ 4ହଜାର 908 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ବର୍ତ୍ତମାନ ଓଡ଼ିଶାରେ 7ହଜାର 360 ଜଣ କରୋନା ରୋଗୀ ସକ୍ରିୟ ଅଛନ୍ତି |












Click it and Unblock the Notifications