ଗତ 24 ଘଣ୍ଟାରେ ରାଜ୍ୟରେ 244 କରୋନା ଆକ୍ରାନ୍ତ ଚିହ୍ନଟ
ଗତ 24 ଘଣ୍ଟାରେ ରାଜ୍ୟରେ ମୋଟ 244 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ 142 ଜଣ ସଙ୍ଗରୋଧ ଗୃହରୁ ଏବଂ 102 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି ।
ଭୁବନେଶ୍ୱର : ରାଜ୍ୟରେ ଗତ କିଛି ଦିନ ହେବ ସ୍ଥିର ରହିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ସୂଚନା ଓ ଲୋକସମ୍ପର୍କ ବିଭାଗର ଟ୍ୱିଟ୍ ଅନୁସାରେ ଗତ 24 ଘଣ୍ଟାରେ ରାଜ୍ୟରେ ମୋଟ 244 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ 142 ଜଣ ସଙ୍ଗରୋଧ ଗୃହରୁ ଏବଂ 102 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ଏହାକୁ ମିଶାଇ ଆଜିସୁଦ୍ଧା ରାଜ୍ୟରେ ମୋଟ 3ଲକ୍ଷ 32ହଜାର 106 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟର ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ 22 ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ସମ୍ବଲପୁର, ବରଗଡ଼ରୁ 23, ଅନୁଗୁଳରୁ 15, ଖୋର୍ଦ୍ଧାରୁ 9, ମୟୁରଭଞ୍ଜରୁ 5, ବାଲେଶ୍ୱରରୁ 9, ଯାଜପୁରରୁ 10, କେନ୍ଦ୍ରାପଡ଼ା ଓ କଟକରୁ 5ଜଣ ଲେଖାଏଁ, ଝାରସୁଗୁଡ଼ା, ଗଜପତି ଓ ବଲାଙ୍ଗୀରରୁ 19 ଜଣ ଲେଖାଏଁ, ପୁରୀ ଓ ରାୟଗଡ଼ାରୁ 8ଜଣ ଲେଖାଏଁ, କେନ୍ଦୁଝର ଓ କନ୍ଧମାଳରୁ 7 ଜଣ ଲେଖାଏଁ, ଭଦ୍ରକରୁ 3ଜଣ, ସୋନପୁର ଓ ନୂଆପଡ଼ାରୁ 4ଜଣ ଲେଖାଏଁ, ନୟାଗଡ଼ ଓ ବୌଦ୍ଧରୁ 2ଜଣ ଲେଖାଏଁ, ମାଲକାନାଗିରି, କଳାହାଣ୍ଡି, ଜଗତସିଂପୁର ଓ ଢେଙ୍କାନାଳ ଦେବଗଡ଼ରୁ ଜଣେ ଲେଖାଏଁ ଏବଂ ରାଜ୍ୟ ପୁଲରୁ 2ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
Covid-19 Report For 10th January, 2021
New Positive Cases: 244
In quarantine: 142
Local contacts: 102(Details of local contacts will be shared by concerned Dist Administration)
District Wise Cases:
1. Angul: 15
— I & PR Department, Odisha (@IPR_Odisha) January 11, 2021
2. Balasore: 9
3. Bargarh: 23
4. Bhadrak: 3
5. Balangir: 19
ଅପରପକ୍ଷରେ ଗତ 24ଘଣ୍ଟାରେ ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ଖୋର୍ଦ୍ଧା ଜିଲ୍ଲାର ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଏଥିସହିତ ଆଜି ସୁଦ୍ଧା ରାଜ୍ୟରେ ମୋଟ 3ଲକ୍ଷ 28ହଜାର 043 ଜଣ ସୁସ୍ଥ ହୋଇଛନ୍ତି ଏବଂ 2118 ଜଣ କରୋନା ରୋଗୀ ସକ୍ରିୟ ଅଛନ୍ତି ।












Click it and Unblock the Notifications