ଗତ 24 ଘଣ୍ଟାରେ 363 କରୋନା ସଂକ୍ରମିତ ଚିହ୍ନଟ ; 3ଜଣଙ୍କର କରୋନାଜନିତ ମୃତ୍ୟୁ

ଦୈନିକ ରିପୋର୍ଟ ଅନୁଯାୟୀ ହ୍ରାସ ପାଉଛି ସଂକ୍ରମିତଙ୍କ ସଂଖ୍ୟା | ଗତ 24 ଘଣ୍ଟାରେ ରାଜ୍ୟରେ 363 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସେମାନଙ୍କ ମଧ୍ୟରୁ ଜଣ କ୍ୱାରେଣ୍ଟିନ୍ ସେଣ୍ଟରରୁ 208 ଏବଂ 155 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି |

ଭୁବନେଶ୍ୱର : କରୋନା ସଂକ୍ରମଣକୁ ନେଇ ରାଜ୍ୟକୁ ମିଳୁଛି ଆଶ୍ୱସ୍ତି | ଦୈନିକ ରିପୋର୍ଟ ଅନୁଯାୟୀ ହ୍ରାସ ପାଉଛି ସଂକ୍ରମିତଙ୍କ ସଂଖ୍ୟା | ଗତ 24 ଘଣ୍ଟାରେ ରାଜ୍ୟରେ 363 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସେମାନଙ୍କ ମଧ୍ୟରୁ ଜଣ କ୍ୱାରେଣ୍ଟିନ୍ ସେଣ୍ଟରରୁ 208 ଏବଂ 155 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି | ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3ଲକ୍ଷ 26 ହଜାର 596କୁ ବୃଦ୍ଧି ପାଇଛି |

corona-virus

ସୂଚନା ଓ ଲୋକ ସମ୍ପର୍କ ବିଭାଗର ଟ୍ୱିଟ୍ ଅନୁସାରେ ସୁନ୍ଦରଗଡ଼ରୁ ସର୍ବାଧିକ 50 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସେହିପରି ଖୋର୍ଦ୍ଧାରୁ 50, ଅନୁଗୁଳରୁ 23 ପୁରୀରୁ 27, କଟକରୁ 22, ଝାରସୁଗୁଡାରୁ 12, କେନ୍ଦୁଝରରୁ 12, ବଲାଙ୍ଗୀରରୁ 8, ବାଲେଶ୍ୱରରୁ 20, ମୟୁରଭଞ୍ଜରୁ 17, ଯାଜପୁରରୁ 13, ଓ କେନ୍ଦ୍ରାପଡ଼ାରୁ 10ଜଣ ଲେଖାଏଁ, ସମ୍ବଲପୁରରୁ 35ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି |

ସୋନପୁର, କୋରାପୁଟ, ଜଗତସିଂପୁର ଓ ଗଜପତି ଓ ଢେଙ୍କାନାଳରୁ ଜଣେ ଲେଖାଏଁ, ମାଲକାନାଗିରି ଓ ନୟାଗଡ଼ରୁ 2ଜଣ ଲେଖାଏଁ, ଗଞ୍ଜାମରୁ 5, କଳାହାଣ୍ଡିରୁ 7, ବରଗଡ଼ରୁ 11, ବୌଦ୍ଧ ଓ ନବରଙ୍ଗପୁରରୁ 3ଜଣ ଲେଖାଏଁ, ନୂଆପଡ଼ା ଓ ଭଦ୍ରକରୁ 7ଜଣ ଲେଖାଏଁ ଏବଂ ରାଜ୍ୟ ପୁଲରୁ 12 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଅନ୍ୟପକ୍ଷରେ ରାଜ୍ୟରେ ଗତ 24 ଘଣ୍ଟାରେ 3ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି | ଏଥି ସହିତ ରାଜ୍ୟରେ ମୋଟ 3ଲକ୍ଷ 21ହଜାର 647ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଏବଂ 3057 ଜଣ ରୋଗୀ ସକ୍ରିୟ ଅଛନ୍ତି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+