Corona Update : ଗତ 24 ଘଣ୍ଟାରେ ରାଜ୍ୟରେ 480 କରୋନା ଆକ୍ରାନ୍ତ ଚିହ୍ନଟ, 6 ମୃତ

ଗତ 24 ଘଣ୍ଟାରେ ରାଜ୍ୟରେ 480 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ 6 ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି | ସେମାନଙ୍କ ମଧ୍ୟରୁ 276 ଜଣ କ୍ୱାରେଣ୍ଟିନ୍ ସେଣ୍ଟରରୁ ଏବଂ 204 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି |

ଭୁବନେଶ୍ୱର : ଗତ 24 ଘଣ୍ଟାରେ ରାଜ୍ୟର କରୋନା ଗ୍ରାଫରେ ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବୃଦ୍ଧି ପାଇଛି | ଗତ 24 ଘଣ୍ଟାରେ ରାଜ୍ୟରେ 480 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସେମାନଙ୍କ ମଧ୍ୟରୁ 276 ଜଣ କ୍ୱାରେଣ୍ଟିନ୍ ସେଣ୍ଟରରୁ ଏବଂ 204 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି | ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3ଲକ୍ଷ 19 ହଜାର 583 ହୋଇଛି |

corona-virus

ସୂଚନା ଓ ଲୋକ ସମ୍ପର୍କ ବିଭାଗର ଟ୍ୱିଟ୍ ଅନୁସାରେ ଅନୁଗୁଳରୁ ସର୍ବାଧିକ 41 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସେହିପରି ସୁନ୍ଦରଗଡ଼ରୁ 31, କଟକରୁ 35, ନୂଆପଡ଼ାରୁ 14, ଖୋର୍ଦ୍ଧାରୁ 51, କେନ୍ଦୁଝରରୁ 13, କେନ୍ଦ୍ରାପଡ଼ାରୁ 17, ବଲାଙ୍ଗୀରରୁ 7, ବାଲେଶ୍ୱରରୁ 19, ମୟୁରଭଞ୍ଜରୁ 36, କଳାହାଣ୍ଡିରୁ 28, ଯାଜପୁରରୁ 7 ଜଣ ଲେଖାଏଁ, ଜଗତସିଂପୁରରୁ 19, ଝାରସୁଗୁଡାରୁ 16, ସମ୍ବଲପୁରରୁ 14, ପୁରୀରୁ 31 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି |

କନ୍ଧମାଳରୁ 11, ଢେଙ୍କାନାଳରୁ 3, ଗଞ୍ଜାମରୁ 7, କୋରାପୁଟରୁ 10, ବରଗଡ଼ରୁ 30, ମାଲକାନାଗିରିରୁ 8, ଭଦ୍ରକରୁ 2, ଦେବଗଡରୁ 3, ନବରଙ୍ଗପୁରରୁ 6, ନୟାଗଡ଼ରୁ 4, ରାୟଗଡାରୁ 3, ଗଜପତିିରୁ 2, ସୋନପୁରରୁ 1, ବୌଦ୍ଧରୁ 3 ଏବଂ ରାଜ୍ୟ ପୁଲରୁ 11 ଜଣ କରୋନା ଆକ୍ରାନ୍ତ ଟିହ୍ନଟ ହୋଇଛନ୍ତି |

ଅପରପକ୍ଷରେ ଗତ 24 ଘଣ୍ଟାରେ ରାଜ୍ୟରେ 6ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି | ଏଥି ସହିତ ରାଜ୍ୟରେ ମୋଟ 3ଲକ୍ଷ 12ହଜାର 734 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଏବଂ 5046 ଜଣ ରୋଗୀ ସକ୍ରିୟ ଅଛନ୍ତି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+